ରିପୋର୍ଟର//ସୁଶାନ୍ତ କୁମାର ବେହେରା
ହରଭଙ୍ଗା(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ତିଳେଶ୍ୱର ଗ୍ରାମ ହରିଜନ ସାହିର ସଭା ବେହେରା (୩୬) ନାମକ ମହିଳା ଜଣକ ପାଣିରେ ବୁଡି ମୃତ୍ୟ ହୋଇଥିବା ଜଣାପଡିଛି । ସୂଚନା ମତେ ସଭା ସବୁଦିନ ନିକଟସ୍ତ ଲକ୍ଷ୍ମୀ ନାଳ କୁ ଗାଧୋଇବା ପାଇଁ ଯାଇଥାନ୍ତି , ଆଜି ଅପରାହ୍ନ ସମୟ ରେ ଶୌଚ ପାଇଁ ଯାଇଥିବା ବେଳେ କୌଣସି କାରଣରୁ ସେ ପାଣି ରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏପଟେ ପରିବାର ଲୋକ ଖୋଜାଖୋଜି ପରେ ନାଳରେ ପଡିଥିବା ଜାଣିବାକୁ ପାଇଥିଲେ । ସଂଗେ ସଂଗେ ଆମ୍ବୁଲାନ୍ସ ଯୋଗେ ପୁରୁଣା କଟକ ମେଡ଼ିକାଲ ନେଇଥିଲେ କିନ୍ତୁ ଡାକ୍ତର ଖାନରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଉକ୍ତ ଘଟଣା କୁ ନେଇ ସାହିରେ ଶୋକର ଛାୟା ଖେଳିଯାଇଛି ।
Post a Comment