କାନପା ଛକରେ ମଦ୍ୟପ ଙ୍କ ଗୁଣ୍ଡାଗିରି, ୩ଘଣ୍ଟା ଧରି ଗାଡି ଅଟକ,ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଦାବି


ରିପୋର୍ଟର//ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ମନମୁଣ୍ଡା -ଶଗଡା ରାସ୍ତାର  କାନପା ବ୍ରିଜ଼ ଛକ ରେ ଦିନକୁ ଦୀନ ମଦ୍ୟପ ଙ୍କ ଦାଦା ଗିରି, ଗୁଣ୍ଡା ଗିରି ବୃଦ୍ଧି ପାଇବାରେ ଲାଗିଛି!ଫଳରେ ଜନ ସାଧାରଣ ଏହି ରାସ୍ତାରେ ଯିବା ବେଳେ ସୁରକ୍ଷା ମାନୁନାହାନ୍ତି!ପ୍ରକାଶ ଥାଉକି ଆଜି ପୂର୍ବାହ୍ନ 8ଟା ସମୟରେ ମାତଳୀ ଗୋଛାପଡ଼ା ଅଂଚଳ ର କିଛି ମଦ୍ୟପ ଏହି ରାସ୍ତାରେ ଦାଦା ଗିରି କରି ଏକ ହାୱା ଗାଡି କୁ ୩ଘଣ୍ଟା   ଅଟକାଇ ଦାଦା ଚାନ୍ଦା ମାଗୁଥିବା ଅଭିଯୋଗ ଆସିଛି!ସୂଚନା ମତେ ଏହି ଛକ ନିକଟରେ ବନବିଭାଗ ଜାଗାରେ ଯୋର ଜବରଦସ୍ତ ଅସ୍ଥାୟୀ ଅବାଧ୍ୟରେ ଚୋର ଦେଶୀ ମଦ ଓ ଗଂଜେଇ କାରବାର ଦୀର୍ଘ ଧରି ଚାଲୁ ରହିଛି!ଏଣୁ ଏହି ସ୍ଥାନରେ ମଦ୍ୟପ ଓ ଦାଦାଗିରି, ଚୋରି ବୃଦ୍ଧି ପାଇବା ସହିତ ରାସ୍ତାରେ ଯାଉଥିବା ଗାଡି ମଟର ଅଟକାଇ ଚାନ୍ଦା ଅସୁଲ କରୁଥିବା ଅଭିଯୋଗ ହେଉଛି!

ମଦ କୋଠି

ଏଠାରେ ଅଘଟଣ ଘଟିଲେ ଦେଇ କିଏ ବୋଲି ସାଧାରଣ ଜନତା ଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି!ମଦ୍ୟପ ଙ୍କ ଉତ୍ପାତ, ଦାଦାଗିରି, ଝିଅ ଭଉଣୀ ଙ୍କୁ ରାସ୍ତା ରେ ଗଲାବଳେ ଅଶ୍ଳୀଳ ଭାଷା ପ୍ରୟୋଗ ହେଉଛି!ଆଜିର ଘଟଣା ଶଗଡା ଫାଣ୍ଡି ଅଧିକାରୀ ଜାଣିପାରି ଘଟଣା ସ୍ଥଳରେ ପହଂଚି ବାର କିଛି ସୁରାଗ ପାଇ ମଦ୍ୟପ ମାନେ ସେ ସ୍ଥାନରୁ ଚମ୍ପଟ ମାରିଥିଲେ!ଏଣୁ ଏହି ରାସ୍ତାରେ ପୋଲିସ ପେଟ୍ରୋଲିଙ୍ଗ ପାଇଁ ଅଂଚଳ ବାସି ଦାବି ସହିତ ବୌଦ୍ଧ ଏସପି ଏହି ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

Post a Comment

Previous Post Next Post