ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା
ବୌଦ୍ଧ,(ଆଜତକ୍ ଓଡ଼ିଶା) ସୁନ୍ଦରଗଡ ର ବନ୍ଦରମୁଖା,ବଉଳ ସାହିର ଜଣେ ବୃଦ୍ଧାଙ୍କୁ ଅସହାୟ ଅବସ୍ଥାରେ ବୌଦ୍ଧଜିଲା କଣ୍ଟାମାଳ ବ୍ଳକ ଶିବ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ଏ ସଂପର୍କରେ ସୂଚନା ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସାମାଜିକ ସୁରକ୍ଷା ବିଭାଗର ଉଦ୍ୟମକ୍ରମେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ବୌଦ୍ଧର ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିବା ଜଣାଯାଇଛି । ବୃଦ୍ଧାଙ୍କ ନାମ ଭାରତୀ ଦାଶ(୬୨) ଓ ସେ ସୁନ୍ଦରଗଡ ବନ୍ଦରମୁଖା ବଉଳସାହିର ଗୋବିନ୍ଦ ଦାଶଙ୍କ ଝିଅ ବୋଲି ଜଣାପଡିଛି । ତେବେ ତାଙ୍କର କୌଣସି ସଂପର୍କିୟ ଥିଲେ ବୌଦ୍ଧଜିଲା ସାମାଜିକ ସୁରକ୍ଷା ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
Post a Comment