ମେଗା ଆଇନସେବା ଶିବିର ପାଇଁ ପ୍ରସ୍ତୁତି ବୈଠକ


ରିପୋର୍ଟର//ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା): ଅଦ୍ୟ ତା ୦୩.୧୧.୨୦୨୧ ରିଖ ଦିନ ଅପରାହ୍ନ ୪ ଘଣ୍ଟା ସମୟରେ ଜିଲ୍ଲା  ଦୌରାଜଜଙ୍କ କାର୍ଯ୍ୟାଳୟଠାରେ ମେଗା ଆଇନସେବା ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଦୌରାଜଜ ସୁଶ୍ରୀ ପ୍ରତିମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୧୩ ତାରିଖ ଦିନ ବୌଦ୍ଧ ଟାଉନହଲଠାରେ ମେଗା ଆଇନେସେବା ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବାବେଳେ ତାହାକୁ ଶୃଙ୍ଖଳିତ ଭାବରେ ଆୟୋଜନ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।


ଏହି ଶିବିରରେ ଆର୍ଶିବାଦ ଯୋଜନା,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା,ବନ ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାରା ବଣ୍ଟନ,ମେଡିକାଲ ପକ୍ଷରୁ ମାସ୍କ ବଣ୍ଟନ,ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣାରେ ସହାୟତାକାରୀଙ୍କୁ ପୁରସ୍କାର ରାଶି ବଣ୍ଟନ,ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ସହାୟତା ବଣ୍ଟନ ସମେତ ସମସ୍ତ ସରକାରୀ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯିବ । ଏହି ଶିବିର ଉପଲକ୍ଷେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପାଇଁ ଆଇନରେ ରହିଥିବା ସୁବିଧା ସଂପର୍କିତ ସଚେତନତା କୁ ନେଇ ଚିତ୍ରାଙ୍କନ,ପ୍ରବନ୍ଧ ଲିଖନ,ସ୍ଲୋଗାନ ଲିଖନ ପ୍ରତିଯୋଗିତା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ପ୍ରତିଯୋଗିତା ଗୁଡିକୁ ଆଭାସି ମାଧ୍ୟମରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ ଜିଲା ଶିକ୍ଷାଧିକାରୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ,ବନ ବିଭାଗ,ପୁର୍ତ୍ତ ବିଭାଗ,ବିଦ୍ୟୁତ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ଉଦ୍ୟାନ ବିଭାଗ,ଅବକାରୀ ବିଭାଗ,ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ,ସମାଜ ମଙ୍ଗଳ,ଶ୍ରମ ବିଭାଗ,ଶିକ୍ଷା ବିଭାଗ,ସାମାଜିକ ସୁରକ୍ଷା ବିଭାଗ, ଶିଶୁ ସୁରକ୍ଷା ବିଭାଗ,ଆଞ୍ଚଳିକ ପରିବହନ ବିଭାଗ , ଜିଲ୍ଲା  ପଞ୍ଚାୟତ ବିଭାଗ ଏବଂ  ଜିଲା ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଚାର ବିଭାଗ ପକ୍ଷରୁ ରେଜିଷ୍ଟାର ପ୍ରିତିଶ କୁମାର ରାଉତରାୟ,ଜିଲା ଆଇନସେବା ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା  ଦୌରାଜଜ ସୁଶ୍ରୀ ପଣ୍ଡା ହେବାକୁଥବା ମେଗା ଆଇନସେବା ଶିବିରକୁ ଶୃଙ୍ଖଳିତ ଭାବରେ ଆୟୋଜନ କରି ସଫଳ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ ।  ଶେଷରେ ଜିଲ୍ଲା  ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମ ଧନ୍ୟବାଦ ପ୍ରଦାନ କରିଥିଲେ । 

Post a Comment

Previous Post Next Post