ରିପୋର୍ଟର//ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ସରକାର ଙ୍କ ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ହାଇସ୍କୁଲ କୁ 5T ରେ ସାମିଲ ହୋଇଥିବାର ଜଣାପଡିଛି!ସୂଚନା ମତେ ସାଧୁଚରଣ ହାଇସ୍କୁଲ ବିରନରସିଂପୁର, ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ଧଳପୁର, ରାମଗଡ ହାଇସ୍କୁଲ, କୁସଙ୍ଗ ଜିପି ହାଇସ୍କୁଲ, ସାମ୍ପୋଚ ହାଇସ୍କୁଲ, ପଞ୍ଚାୟତ ହାଇସ୍କୁଲ ଚାରିଛକ,ସଂକୁଲୋଇ ହାଇସ୍କୁଲ, ଆଡେନିଗଡ ହାଇସ୍କୁଲ, ବାମଣ୍ଡା ହାଇସ୍କୁଲ, ପଲ୍ଲୀ ବିକାଶ ଲୁଣିବାହାଲ ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ପୁରୁଣା କଟକ ପ୍ରମୁଖ ୧୧ଟି ହାଇସ୍କୁଲ 5T ରେ ସାମିଲ ହୋଇଥିବାର ବ୍ଲକ ଅଫିସ ପରିସର ରେ ଭିଡିଓ କଂଫରେନ୍ସ ରେ ଜଣାପଡିଛି!ଏହି କଂଫରେନ୍ସ ରେ ନୂତନ ହରଭଙ୍ଗା ବିଡ଼ିଓ ସ୍ମିତା ରଥ, ପଂଚାୟତ ସମିତି ଉପାଧ୍ୟକ୍ଷା ରଶ୍ମିତା ମହାକୁଡ଼,ରାମଗଡ ସରପଞ୍ଚ ନରେଶ କୁମାର ସେଠି, ବାମଣ୍ଡା ସରପଞ୍ଚ, କୁସଙ୍ଗ, ସଂକୁଲୋଇ ଆଦି ସରପଞ୍ଚ ସମେତ 5T ସ୍କୁଲ ର ଛାତ୍ର ଛାତ୍ରୀ ଓ ବ୍ଲକ ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ।
Post a Comment