ଧୁଙ୍ଗିଆମୁଣ୍ଡାରେ ବାଲ୍ୟବିବାହ ସଚେତନତା ଅଭିଯାନ


ରିପୋର୍ଟର//ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେର ଓ ସୁଶାନ୍ତ କୁମାର ବେହେରା

ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଓ ଗୁଣ୍ଡୁରିସାହି ଗ୍ରାମରେ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି ଅନୁକୁକୁଲ୍ୟରେ ବାଲ୍ୟବିବାହ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ରେ ଗ୍ରାମର ୧୮ ବର୍ଷରୁ କମ ବୟସର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅମାନଙ୍କ ସମେତ  ଗ୍ରାମର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ, ଜୟ ଜଗନ୍ନାଥ ଯୁବକ ସଙ୍ଘର ସଭ୍ୟ ମାନଙ୍କୁ ନେଇ ଏକ ସଚେତନତା ରାଲି କରି ବାଲ୍ୟବିବାହ ବନ୍ଦ କରିବା ଓ ବାଲ୍ୟ ବିବାହର ଭୟାବହତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅଙ୍ଗନୱାଡ଼ି ଠାରେ ଅଙ୍ଗନୱାଡ଼ି କର୍ମୀ ସେବତୀ କହଁର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକ ରେ ମୁଖ୍ୟ ଅତିଥି ଭାବେ ବଡ଼ଗୁଣ୍ଡୁରିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ମଲ୍ଲିକ , ସମ୍ମାନିତ ଅତିଥି ଭାବେ ନେହରୁ ଯୁବ କେନ୍ଦ୍ର ବୌଦ୍ଧ ର ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ ଓ ଜୟ ଜଗନ୍ନାଥ ଯୁବକ ସଙ୍ଘର ସଭାପତି ଅମିତା ବଚନ ବେହେରା ଯୋଗ ଦେଇ ଉପସ୍ଥିତ ସମସ୍ତ ବାଳକ ବାଳିକା ମାନଙ୍କୁ ବାଲ୍ୟବିବାହ କଲେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ସେ ସମ୍ପର୍କରେ ଜ୍ଞାତ କରାଇଥିଲେ ଓ ତତ ସହିତ ଗ୍ରାମର ସମସ୍ତଙ୍କୁ ବାଲ୍ୟବିବାହ ନ କରିବା ନ କରାଇବା ନିମନ୍ତେ ଶପଥ କରାଇଥିଲେ । ସଭା ଶେଷରେ ଆଶା କର୍ମୀ ଝିଲ୍ଲୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ସହକର୍ମୀ ଗୀତା କାଠୁଆ ସହଯୋଗ କରିଥିଲେ । ଉକ୍ତ ବୈଠକରେ ଗ୍ରାମର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ ।

Post a Comment

Previous Post Next Post