ରିପୋର୍ଟର//ସୁଶାନ୍ତ କୁମାର ବେହେରା
ହରଭଙ୍ଗା,(ଆଜତକ୍ ଓଡ଼ିଶା)ବୌଦ୍ଧ ଜିଲ୍ଳା ଭୌଗଳିକ ଅବସ୍ଥିତି ନେଇ ଅନୁଧ୍ୟାନ କଲେ ମହାନଦୀ ଜିଲ୍ଲା ର ଉତ୍ତରଦିଗରେ ଥିବା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରୁ ବୌଦ୍ଧ ବ୍ଲକ ର ବହୁ ଗୁଡିଏ ସ୍ଥାନ ଦେଇ ବୌଦ୍ଧ ସଦର ମହକୁମା କୁ ଲାଗି ହରଭଙ୍ଗା ବ୍ଲକର ହରଭଙ୍ଗା ,ଧଳପୁର, କୁମାରୀ, ରାମଗଡ଼, ସାମ୍ପୋଚ, ପ୍ରଗଳପୁର, ପାଣିଘରା, ଟିକର ପଡ଼ା ଦେଇ ଵହି ଯାଇଛି!ମହାନଦୀ ଗର୍ଭ ରେ ବେଆଇନ ବିସ୍ପୋରଣ ଯୋଗୁଁ ସାଧାରଣ ରେ ଜନ-ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ହରଭଙ୍ଗା ବ୍ଲକ ର କୃଷ୍ଣ ମୋହନ ପୁର ଠାରୁ ଆରମ୍ଭ କରି ସାମ୍ପୋଚ, କରଡ଼ି, ପ୍ରଗଳପୁର, ରାମଗଡ, ଧଳପୁର, ପାଣିଘରା, ହରଭଙ୍ଗା, କୁମାରୀ ଇତ୍ୟାଦି ଜିଲ୍ଲା ର ନିମ୍ନ ଭାଗ ଶେଷ ସୀମା ଟିକରପଡା ପର୍ଯ୍ୟନ୍ତ ଏହି ଅବାଧ୍ୟ ଡିନାମାଇଣ୍ଡ ବିସ୍ଫୋରଣ ହେଉଛି !ସେହିପରି ମହାନଦୀର ଗୋଟିଏ ପାର୍ଶ୍ଵ ଅନୁଗୋଳ ଜିଲ୍ଳା ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵ ଟି ବୌଦ୍ଧ ଜିଲ୍ଳା ସୀମାନ୍ତ ଅଟେ । କିନ୍ତୁ ଦୌନିକ ଏବେ ମହାନଦୀ ରେ ଜଳସ୍ତର କମିଯିବାରୁ ଅନୁଗୋଳ ଜିଲ୍ଳାର ଓଳଥ, ପତାକା , ଅଏଡ଼ା, ଲୁହାସିଙ୍ଗା ଗ୍ରାମ କୂଳରେ ଜଳ ଅଧିକ ଥିବାରୁଏହି ଜାଗା ଗୁଡିକ ରେ ମଧ୍ୟ ଅନବରତ ସକାଳୁ ଓ ସଂନ୍ଧ୍ୟା ସମୟରେ ନଦୀ ପାର୍ଶ୍ଵରେ ତୁହାକୁ, ତୁ ହା ବିସ୍ପୋରଣ ଫଳରେ ନଦୀରେ ଥିବା ବଡ଼ ମାଛ ଓ ଜଳଚର ଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଅନେକ ବିରଳ ପ୍ରଜାତିର ମାଛ ବଂଶ ଲୋପ ପାଇବାରେ ଲାଗିଛି। ବ୍ୟବହୃତ ବିଭିନ୍ନ ବିସ୍ପୋରକର ଶଦ୍ଦ ରେ ସମଗ୍ର ଅଞ୍ଚଳ ପ୍ରଚଣ୍ତ ଶବ୍ଦରେ କମ୍ପି ଉଠୁଛିଏବଂ ମହାନଦୀ ର ଜଳ ପ୍ରଦୂଷଣ ହେବାରେ ଲାଗିଛି!ଏହି ପକ୍ରିୟା ପ୍ରତିବର୍ଷ ଶିତ ଦିନରୁ ଆରମ୍ଭ ହୋଇ ମଇ ମାସ ପଯ୍ୟନ୍ତ ଅବଧରେ ଚାଲେ । ଏଥିପ୍ରତି ପ୍ରଶାସନର ନିଘା ନାହିଁ। ମହାନଦୀରେ ବେଆଇନ ବିସ୍ଫୋରଣ ରେ ନଦୀ ଜଳରେ କୀଟନାଶକ ପ୍ରୟୋଗ କରି ମାଛ ମାରୁଥିବା ନେଇ ବହୁବାର ଅଭିଯୋଗ ହୋଇଛି ଫଳରେ ବହୁ ସଂଖ୍ୟାରେ ମାଛ ଗୁଡ଼ିକ ମରି ମହାନଦୀ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ଏପରି ସ୍ଥିତିରେ ନଦୀରୁ ପାରମ୍ପରିକ କୌଶଳରେ ମାଛ ମାରି ଜୀବନ ଓ ଜୀବିକା ନିର୍ବାହ କରୁଥିବା କେଉଟ ଓ ଝରା ସମ୍ପ୍ରଦାୟ ଚିନ୍ତିତ ହୋଇ ପଡ଼ିଛନ୍ତି ବୋଲି ହରଭଙ୍ଗା କୌଵର୍ତ୍ତ ସମାଜର ସଦ୍ଭାପତି ଦନାର ବେହେରା ପ୍ରକାଶ କରିଛନ୍ତି। ଏଭଳି ବେଆଇନ କାଯ୍ୟ କୁ ନିଷେଧ କରିବାକୁ ସେ ଦାବି କରିଛନ୍ତି। ଏ ବାବଦରେ ନୟାଗଡ଼ ବନ୍ୟପ୍ରାଣୀ ଡି.ଏଫ. ଓ ସମୀର କୁମାର ଶତପଥିଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ଆମେ ଅଭିଯୋଗ ପାଈନାହୁଁ । ହେଲେ ଏବେ ମହାନଦୀରେ ବୋଟ ଦ୍ଵାରା କର୍ମଚାରୀ ମାନଙ୍କୁ ପଠାଇବା ସହ ପେଟ୍ରୋଲିଙ୍ଗ କରି ଏ ଦିଗରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
Post a Comment