ରିପୋର୍ଟର//ସୁଶାନ୍ତ କୁମାର ବେହେରା
ହରଭଙ୍ଗା, (ଆଜତକ୍ ଓଡ଼ିଶା) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗ୍ରାମରେ ମଞ୍ଚ ଯାତ୍ରା ଆୟୋଜନକୁ ନେଇ ପୁଲିସ ଓ ଗ୍ରାମବାସୀ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମବାସୀ ଓ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପରେ ଉତେଜନା ବୃଦ୍ଧି ହେଉଥିବା ଜାଣି ପୁଲିସ ପକ୍ଷରୁ ଲାଠି ଚାଲନା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ଖଣ୍ଡହତା ଗ୍ରାମରେ କାଳୀ ପୂଜାରେ ଯାତ୍ରା ପରିବେଷଣକୁ ନେଇ ପୁଲିସ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । କୋଭିଡ କଟକଣା ସତ୍ୱେ ଯାତ୍ରା ଆୟୋଜନକୁ ବାରଣ ସତ୍ୱେ ହଜାର ହଜାର ଲୋକ ଏକାଠି ହେବା ଘଟଣା ସମ୍ପର୍କରେ ପୁରୁଣା କଟକ ପୁଲିସ ଖବର ପାଇ ଯାତ୍ରା ଆୟୋଜନକୁ ବନ୍ଦ ପାଇଁ ଲୋକଙ୍କୁ ବୁଝାଇଥିଲେ । ମାତ୍ର ଏଥିରେ ଲୋକେ ବୁଝିବାକୁ ନାରାଜ ଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜରିରଖିଥିବା ଜଣାପଡିଛି ।
Post a Comment