ସମ୍ବିଧାନ ଦିବସରେ ଆରମ୍ଭ ହେଲା ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ


 କଣ୍ଟାବାଞ୍ଜି:(ଆଜତକ୍ ଓଡ଼ିଶା) ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସ। ଆଜିର ଦିନରେ କଣ୍ଟାବାଞ୍ଜି ତଥା ଆଖ ପାଖ ଅଞ୍ଚଳର ଆଦିବାସୀ ଯୁବକମାନଙ୍କୁ ନେଇ ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ଗଠନ ହୋଇଛି। ଅଞ୍ଚଳର ଆଦିବାସୀ, ଦଳିତ, ଗରିବ ଖଟିଖିଆମାନଙ୍କ ହକ ଅଧିକାର ପାଇଁ ଏହି ସଂଘ କାମ କରିବ। ସଂଗଠନ ସଭାପତି ଭାବେ ଯୁଗଳ କିଶୋର ଶବରଙ୍କୁ ସର୍ବ ସମ୍ମତି ଭାବେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ମିନିକେତନ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଶବରଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ ସଦସ୍ୟରେ କେତନ ଭୋଇ, ବିସିକେଶନ ମାଝୀ, କମଳ କିଶୋର ଶବର, ଭୋଜରାଜ ଧରୁଆ, ଚନ୍ଦ୍ରମଣି ଶବର ପ୍ରମୁଖ ରହିଛନ୍ତି। ଆଦିବାସୀଙ୍କ ସଂସ୍କୃତି ପରମ୍ପରାକୁ ଏହି ସଂଘ ବଜାୟ ରଖିବା ସହ ଆଦିବାସୀ, ଦଳିତ ଲୋକଙ୍କୁ ନ୍ୟାୟ ପାଇଁ ଲଢେଇ କରିବ ବୋଲି ବିର୍ସାମୁଣ୍ଡା ଆଦିବାସୀ ଯୁବକ ସଂଘ ସଭାପତି ଶ୍ରୀ ଶବର ସୂଚନା ଦେଇଛନ୍ତି।

Post a Comment

Previous Post Next Post