ହରଭଙ୍ଗା ବ୍ଲକ ର 5t ରେ ସାମିଲଥିବା ୧୧ଟି ହାଇସ୍କୁଲ କୁ ଗୋଟିଏ ଦିନରେ ପରିଦର୍ଶନ କଲେ ଜିଲ୍ଲାପାଳ


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବୌଦ୍ଧ ଜିଲ୍ଲା  ପ୍ରଶାସନ ତରଫରୁ ହରଭଙ୍ଗା ବ୍ଲକ ରେ ଦ୍ୱିତୀୟ ପର୍ଯ୍ୟାୟ ରେ ୧୧ଟି ହାଇସ୍କୁଲ କୁ 5T ରେ ସାମିଲ କରାଯାଇଛି!ଏହି 5t ରେ ସାମିଲ ହେବାକୁଥିବା ସ୍କୁଲ ମଧ୍ୟରେ ସାଧୁଚରଣ ହାଇସ୍କୁଲ ବିରାନରସିଂ ପୁର, ସାମ୍ପୋଚ ହାଇସ୍କୁଲ, ରାମଗଡ ହାଇସ୍କୁଲ, ବାମଣ୍ଡା ହାଇସ୍କୁଲ, ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ଧଳପୁର, ଆଦର୍ଶ ବିଦ୍ୟାଳୟ ପୁରୁଣାକଟକ, ପଞ୍ଚାୟତ ହାଇସ୍କୁଲ ଚାରିଛକ, ପଲ୍ଲୀବିକାଶ ଲୁଣିବାହାଲ, କୁସଙ୍ଗ ଜିପି ହାଇସ୍କୁଲ, ଆଡେନିଗଡ ହାଇସ୍କୁଲ,ସଂକୁଲୋଇ ହାଇସ୍କୁଲ ଆଦି। ପ୍ରାୟ ହରଭଙ୍ଗା ବ୍ଲକ ରେ ଆଗକୁ ଛାତ୍ର ଛାତ୍ରୀ ମାନେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ରେ ପାଠ ପଢିବା ର ସୁବିଧା ସୁଯୋଗ ପାଇବେ। ବୌଦ୍ଧ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର ଙ୍କ ସମେତ  ହରଭଙ୍ଗା ବ୍ଲକ ପ୍ରଶାସନ ଅଧିକାରୀ ଏହି ୧୧ଟି ହାଇସ୍କୁଲ କୁ ସକାଳୁ ରାତ୍ରି ୧୦ଟା ପର୍ଯ୍ୟନ୍ତ ପରିଦର୍ଶନ କରି ସ୍କୁଲ ଗୁଡିକ ଭିତ୍ତି ଭୂମି ଓ ଶିକ୍ଷକ ମାନଙ୍କ ସହିତ 5t ରୂପାନ୍ତରିତ ବିଷୟରେ ଆଲୋଚନା କରିଥିଲେ!ସରକାର ଙ୍କ ଏହି ଲୋକାଭିମୁଖୀ ପଦକ୍ଷେପ କୁ ଜିଲ୍ଲା ର ସବୁ ମହଳରେ ସ୍ୱାଗତ କରାଯାଉଛି। ଏବଂ ଗୋଟିଏ ଦିନରେ ଜିଲ୍ଲା ପାଳ ଙ୍କ ଏହି ୧୧ଟି ସ୍କୁଲ ପରିଦର୍ଶନ ରେ ହରଭଙ୍ଗା ଅଂଚଳ ବାସି ସାଧୁବାଦ ଜଣାଇଛନ୍ତି।

Post a Comment

Previous Post Next Post