ହରଭଙ୍ଗା,(ସୁଶାନ୍ତକୁମାର ବେହେରା) ଆଜି ବୌଦ୍ଧ ଜିଲ୍ଲା ପାଳ ଙ୍କ କାର୍ଯ୍ୟ ଳୟ ସମ୍ମିଳନୀ ଗୃହରେ ଦୀନ ୧୧ ଟା ସମୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି!ଏହି ବୈଠକ ରେ ପୁରୁଣା କଟକ ଠାରୁ ଧଳପୁର ମହାନଦୀ ସେତୁ ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ସାମାଜିକ ପ୍ରଭାବ ଆକଳନ ରିପୋର୍ଟ କୁ ସ୍ୱୀକୃତି ପ୍ରଦାନ କରାଯାଇଛି!ସାମାଜିକ ଆକଳନ ପାଇଁ ଭୁବନେଶ୍ୱର ର ନଟବର ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟାଲ ଷ୍ଟଡିଷ (NCDS )ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସ୍ୱପ୍ନା ଦ୍ୱାରା ପ୍ରତକ୍ଷ୍ୟ ତତ୍ଵାବଧାନରେ କରାଯାଇଥିଲା!ଗତ ମାସ ୨୯ ଏବଂ ୩୦ରେ ଧଳପୁର ପଂଚାୟତ ସାକୁସିଙ୍ଗା ଶିବ ମନ୍ଦିର ଠାରେ ଥିବା କଲ୍ୟାଣ ମଣ୍ଡପ ଓ ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର ଙ୍କ ତତ୍ଵାବଧାନରେ ଜନଶୁଣାଣୀ ମଧ୍ୟ ହୋଇଥିଲା!ଉକ୍ତ ଜନଶୁଣାଣୀ ପରେ ସାମାଜିକ ଆକଳନ ପ୍ରଭାବ କରିଥିବା ସଂସ୍ଥା ଫାଇନାଲ ରିପୋର୍ଟ ଜିଲ୍ଲା ପାଳ ଙ୍କୁ ଗତ ସପ୍ତାହ ରେ ପ୍ରଦାନ କରିଛି!ଏହି ରିପୋର୍ଟ ଟିକୁ ସାମାଜିକ ଆକଳନ ଏକ୍ସପୋର୍ଟ ଗ୍ରୁପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ମଞ୍ଜୁର କରିଛନ୍ତି!ଏହି ମଞ୍ଜୁରୀ ସହିତ ସରକାରଙ୍କ ନିକଟକୁ ନୋଟିଫିକେସନ ପାଇଁ ପଠାଯିବ!ଉକ୍ତ ବୈଠକ ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଉପ ଜିଲ୍ଲା ପାଳ ଅଶ୍ଵିନୀ ମେହେର, ଭୁ ଅ ର୍ଜନ ଅଧିକାର ସତ୍ୟଜିତ ମହାପାତ୍ର, କୃଷି ନିରୀକ୍ଷକ ଅଧିକାର ଶାନ୍ତନୁ ନାୟକ,SDO ନିରଞ୍ଜନ ଧଳ ଓ ପଂଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।
ବହୁ ପ୍ରତିକ୍ଷୀତ ଧଳପୁର ସେତୁ କୁ ପୁରୁଣା କଟକ ଠାରୁ ନୂତନ ରାସ୍ତା ପାଇଁ ସାମାଜିକ ପ୍ରଭାବ ଅକାଳନକୁ ସ୍ୱୀକୃତି ପ୍ରଦାନ
ଆଜତକ ଓଡ଼ିଶା
0
Post a Comment