ତେଲଦର ନ କମିଲେ ନଭେମ୍ବର ୧୬ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ


ଭୁବନେଶ୍ୱର,(ଆଜତକ୍ ଓଡ଼ିଶା)  ରାଜ୍ୟରେ ଆକାଶ ଛୁଆଁ ତେଲ ଦର ବୃଦ୍ଧି ହେବାରେ ଲାଗିଛି!ଥମିବାର ନାଁ ଧରୁନି!ଏହି ତେଲ ଦର ବୃଦ୍ଧି ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ରାଜ୍ୟ ଘରୋଇ ବସ ସଂଘ ପକ୍ଷରୁ ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛି!ରାଜ୍ୟ ଘରୋଇ ବସ ମାଲିକ ସଂଘ ତେଲ ଦର କମ କରିବା ପାଇଁ ରାଜ୍ୟ ସରକାର ଙ୍କୁ ଦାବି କରିଛି!ଏହି ଦାବିରେ ରାଜ୍ୟ ସରକାରଙ୍କୁ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ସଂଘ!ଏହା ଭିତରେ ତେଲ ଦର ନ କମିଲେ ନଭେମ୍ବର ୧୬ରୁ ଅନିର୍ଦ୍ଧିଷ୍ଟ କାଳ ପଯ୍ୟନ୍ତ ଘରୋଇ ବସ ଚଳା ଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ ସଂଘ ର ସମ୍ପାଦକ କହିଛନ୍ତି ।

Post a Comment

Previous Post Next Post