ଟିଟିଲାଗଡ଼:(ଆଜତକ୍ ଓଡ଼ିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସରକାରୀ କାର୍ୟ୍ୟକ୍ରମ ନେଇ ଟିଟିଲାଗଡ଼ ଗସ୍ତ ଅବସରରେ ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବରୁ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି ଚେତାବନୀ ଦେଇଥିଲା। ଏନେଇ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇଙ୍କ ସମେତ ପିସିସି ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ସମେତ ବହୁ କଂଗ୍ରେସ ନେତାଙ୍କୁ ପୁଲିସ ଅଟକ ରଖିଛି। ଆଜି ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ବୀରେନ୍ଦ୍ର ବାଗଙ୍କ ସମେତ ବହୁ ସ୍ଥାନୀୟ ନିବାସୀ ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବିରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ଉଦ୍ୟମ କରୁଥିବା ବେଳେ ଟିଟିଲାଗଡ଼ ଅତିରିକ୍ତ ପୁଲିସ ଅଧିକ୍ଷକ ସୁରେନ୍ଦ୍ର ଶତପଥି, ଥାନା ଅଧିକାରୀ ରଞ୍ଜନ ବରିହା ପହଞ୍ଚି ସେମାନଙ୍କୁ କାବୁ କରିଛନ୍ତି।
Post a Comment