କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ଆଜି ବିଜେଡି ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ବଲାଙ୍ଗିର ଗସ୍ତର କାର୍ଯ୍ୟକ୍ରମ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହେଲ୍ଥ କାର୍ଡ ବଂଟନ, ବସ ଟର୍ମିନାଲ ଉଦଘାଟନ ସହ ବିଭିନ୍ନ ପ୍ରକଲ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିଜେଡି ମହଲରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଲିଛି । କଣ୍ଟାବାଞ୍ଜି ବିଜେଡି ନେତା ତଥା ପୂର୍ବ ବିଧାୟକ ଏବଂ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ହାଜି ମହମ୍ମଦ ଆୟୁବ ଖାଁ , ତଥା ବଲାଙ୍ଗିର ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ ନିଜ କର୍ମୀ ମାନଙ୍କୁ ନେଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ବିଭିନ୍ନ ଗାଁରେ ଗ୍ରାମଂଚଳକୁ ଯାଇ ସେଠାରେ ରହୁଥିବା ଲୋକଙ୍କୁ ହେଲ୍ଥ କାର୍ଡ ବିଷୟରେ ଅବଗତ କରିଛନ୍ତି । ଏହି କାର୍ଡରେ କଣ ସବୁ ଲାଭ ପାଇ ପାରିବେ ସେନେଇ ଟିକିନିଖୀ ଲୋକଙ୍କୁ ସଚେତନ କରୁଛନ୍ତି । ରାଜ୍ୟ ସରକାର ଗରିବ ଶ୍ରେଣୀର ଲୋକ ମାନଙ୍କୁ ହେଲ୍ଥ କାର୍ଡରେ ସାମିଲ କରିବା ସହ ଅଂଚଳରେ ଅନେକ ଉନ୍ନତି ମୁଲକ କାମର ଶିଳାନ୍ୟାସ ହେଉଥିବାରୁ ସରକାରଙ୍କୁ ଅଂଚଳବାସୀ ଧନ୍ୟବାଦ ଜଣାଉଛନ୍ତି । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକରେ ମନ୍ତ୍ରୀ ବିଦ୍ୟଶଙ୍କର ମିଶ୍ର ଏବଂ ଉପଦେଷ୍ଟା ସୁଧିର ଦାସ ଉପସ୍ଥିତ ରହି ହେଲ୍ଥ କାର୍ଡ ବଣ୍ଟନ କରିଥିଲେ। ମୁରିବାହାଲ ବ୍ଲକରେ ମନ୍ତ୍ରୀ ପଦ୍ମିନୀ ଦିଆନ , ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ହେଲ୍ଥ କାର୍ଡ ବଣ୍ଟନ କରିଥିବା ବେଳେ ତୁରେକେଲା ବ୍ଲକରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏବଂ ଉପଦେଷ୍ଟା ପ୍ରିୟଦର୍ଶୀ ମିଶ୍ର , କଣ୍ଟାବାଞ୍ଜି ଏନଏସିରେ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଉପଦେଷ୍ଟା ଅମରେନ୍ଦ୍ର ଦାସ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେଡି ସଭାପତି ବିଷ୍ଣୁ ଜୁଏଡ଼, ଯୁବ ନେତା ଏସ କେ ଅନବର ଗୁଡ଼ା ଖାଁ, କିଶୋର ମଚଖଣ୍ଡ,ତାହୀର ଖାଁ, ମନୋଜ ଚଣ୍ଡୀ, ଶ୍ରୀପତି ସୁନା, ଜଗନ୍ନାଥ ରାଓ,ଶେଷଦେବ ନାଗ, ସତ୍ୟନାରାୟଣ ରାୟ, ବିଟ୍ଟୁ ସଙ୍ଗା, ଜଗନ ଚଣ୍ଡି, ସେସଦେବ ପୁଟେଲ, ଗିରିରାଜ ସିଂ ମାଝୀ, ବଙ୍ଗୋମୁଣ୍ଡା ବ୍ଲକ ରେ ପ୍ରେମିଶ ଚନ୍ଦ୍ର ବାଘ,ଭକ୍ତବନ୍ଧୁ ବେହେରା, ଗୁରୁଚରଣ ଠେଲା,ରାଧେଶ୍ୟାମ କେତକୀ, ମୁରିବାହାଲ ବ୍ଲକ ରେ ଗୋପା ମହାନନ୍ଦ, ସୁବ୍ରତ ମହାକୁଡ଼, ସନ୍ୟାସୀ ପୁଟେଲ ପ୍ରମୁଖ ମନ୍ତ୍ରୀ ଙ୍କ ଗ୍ରସ୍ତ ରେ ରେ ଉପସ୍ଥିତ ରହିଥିଲେ, ଏହି ମନ୍ତ୍ରୀ ମାନଙ୍କ ଗ୍ରସ୍ତ ୪ ଦିନ ଧରି ଚାଲିବ, ପୁରା କଣ୍ଟାବାଞ୍ଜି ବିଜେଡ଼ି ମୟ ହୋଇଛି, ଏହି ଗ୍ରସ୍ତ କୁ ସଫଳ କରିବା ପାଇଁ ପୂର୍ବତନ ବିଧାୟକ ଆୟୁବ ଖାଁ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ ଏବଂ ବିଜେଡ଼ି ର ଅନ୍ୟ ନେତାମାନେ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି।
Post a Comment