କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ପୁଣି କଳା ପଲ୍ସରର ଆତଙ୍କ। ଗୁରୁବାର ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ୪୨ନମ୍ବର ରାଜ୍ୟ ରାଜପଥର ତାରିଣୀ ମନ୍ଦିର ନିକଟ ବୁଲାଣିଠାରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭେକ୍ଟର ଫାଇନାନ୍ସ କମ୍ପାନିର ସିଂଧେକେଲା ଶାଖା ପରିଚାଳକ ଲୋଚନ ଦାସ ୧ଲକ୍ଷ ୧୨ହଜାର ଟଙ୍କା କଣ୍ଟାବାଞ୍ଜି ଆକ୍ସିସ ବ୍ୟାଙ୍କକୁ ଜମା କରିବାକୁ ଯାଇଥିଲେ କିନ୍ତୁ ବ୍ୟାଙ୍କରେ ଟଙ୍କା ଜମା ନନେବାରୁ ଟଙ୍କା ଧରି ସିଂଧେକେଲା ଫେରୁଥିବାବେଳେ ବଙ୍ଗୋମୁଣ୍ଡା ତାରିଣୀ ମନ୍ଦିର ନିକଟ ବୁଲାଣିଠାରେ ଏକ କଳା ପଲ୍ସର୍ରେ ଦୁଇଜଣ ପଛପଟୁ ତାଙ୍କୁ ବନ୍ଧୁକ ଦେଖାଇଅଟକାଇ ତାଠୁ ଟଙ୍କା ଲୁଟି ନେଇ ନିସ୍ତୁକ ମାଡ଼ ଦେଇଥିଲେ । ଘଟଣାସ୍ଥଳରେବ ଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ବଙ୍ଗୋମୁଣ୍ଡା ରେ କଳା ପଲସର ଆତଙ୍କ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଆଜତକ ଓଡ଼ିଶା
0
Post a Comment