ଡୁମେରଚୁଆଁଠାରେ ମର୍ତିକା ସ୍ୱାସ୍ଥ୍ୟକାର୍ଡ ଉପରେ ଚାଷୀମାନଙ୍କୁ ନେଇ ଏକ କୃଷି ତାଲିମ ଶିବିର


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ କୃଷି ବିଭାଗ ତରଫରୁ ହିଆଁଲ ଗ୍ରା.ପର ଡୁମେରଚୁଆଁଠାରେ ମର୍ତିକା ସ୍ୱାସ୍ଥ୍ୟକାର୍ଡ ଉପରେ ଚାଷୀମାନଙ୍କୁ ନେଇ ଏକ କୃଷି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ୨୫ ଜଣ ଚାଷୀଙ୍କୁ ବଲାଙ୍ଗୀର ମୂର୍ତିକା ରସାୟନବିତ ବିମ୍ବାଧର ସାହୁ ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ମୂର୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ ତାଲିମ ଦେଇଥିଲେ। ତୁରେକେଲା କୃଷି-ସହକାରୀ ଅଧିକାରୀ ଭକ୍ତ ଚରଣ ଛତ୍ରିଆ ଏବଂ କଂଟାବାଞ୍ଜି ସହକାରୀ କୃଷି ଅଧିକାରୀ ରତିକାନ୍ତ ସେଠ ଚାଷର ବିଭିିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ହିଆଁଲ ସରପଂଚ ହରି ସିଂ ପୋଡ, ଗ୍ରାମୀୟ କୃଷି କର୍ମଚାରୀ କୁମୁଦିନି ମାଝୀ, ଡ.ଇ.ଓ ପ୍ରଭୁଦତ୍‍ ହୋତା, ପ୍ରଦୀପ ଦାସ, ପୂର୍ବତନ ସରପଂଚ, ସାଧୁ ବରିହା, ପ୍ରମୁଖ ଉପସ୍ଥିତ ରହି ସହଯେଗ କରିଥିଲେ।

Post a Comment

Previous Post Next Post