ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ



କଣ୍ଟାବାଞ୍ଜି :( ଆଜତକ୍ ଓଡ଼ିଶା ) କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନ୍‍ଲାଇନ୍‍ ମାଧ୍ୟମରେ ପାଳନ କରାଯାଇଥିଲା। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ ଉତ୍ସବରେ ଅନୁଷ୍ଠାନର କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ ପ୍ରଦାନ କରିଥିଲେ। ଅନ୍‍ଲାଇନ୍‍ ମାଧ୍ୟମରେ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ସାହୁ , ସଂପାଦକ ବ୍ରଜଶ୍ୟାମ ଗୁରୁ ତଥା ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ସବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।  ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ, ପରିଚାଳନା ସମିତିର କୋଷାଧ୍ୟକ୍ଷ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଗୁରୁ ପୂର୍ଣ୍ଣିମା ଉତ୍ସବରେ ଯୋଗ ଦେଇ ଗୁରୁ ପୂଜନ କରିଥିଲେ। ଅନ୍‍ଲାଇନ ମାଧ୍ୟମରେ ଅନୁଷ୍ଠିତ ଉତ୍ସବ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ ଅନେକ ଶିଶୁ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଓ କାର୍ଯ୍ୟକର୍ତ୍ତା ନିଜ ଘରେ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଶୁଭେଚ୍ଛୁଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Post a Comment

Previous Post Next Post