ବର୍ଷା ଦିନେ ବାଘପାଲି ଗାଁ ରାସ୍ତା ଶୋଚନୀୟ


ବୌଦ୍ଧ (ଆଜତକ୍ ଓଡ଼ିଶା) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମ ପଞ୍ଚାୟତର ବାଘପାଲି ଠାରୁ ଗୋଦରାବେଣୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ରେ ବିଭିନ୍ନ ସ୍ଥାନରେ ବଡ ବଡ ଗର୍ତ୍ତ ହେଇଛି । ଟିକିଏ ବର୍ଷାରେ ଏଠାରେ ଏମିତି ପାଣି ଜମୁଛି ଅଧିକ ବର୍ଷା ହେଲେ ଯିବା ଆସିବା ଅସମ୍ଭାଳ  ହେଇପଡୁଛିିି। ଫଳରେ ଏହି ରାସ୍ତାରେ ବିଭିନ୍ନ ସମୟ ରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି। ଦୀର୍ଘଦିନ ହେବ ଏହି ରାସ୍ତା ମରାମତି ହେଉନାହିଁ । ରାସ୍ତାର ଅଣଓସାରିଆ ହୋଇଥିବା ବେଳେ ଗୋଟିଏ ଚାରିଚକିଆ ଗାଡି ଆସିଲେ ଗୋଟିଏ ସାଇକେଲ ମଧ୍ୟ ଯାଇପାରିବ ନାହିଁ । ରାସ୍ତା ସଂକିର୍ଣ୍ଣ ହୋଇଥିବାରୁ ଯାତାୟତରେ ଅସୁବିଧା ହେଉଛି । ବନ୍ଧାପଥର ଗ୍ରାମ ପଞ୍ଚାୟତକୁ ଏହି ରାସ୍ତା ଦେଇ ଯିବା ବେଳେ ବହୁତ ଅସୁବିଧା ହେଉଛି । 


ଏହି ରାସ୍ତାରେ ବାଘପାଲି, ନୂଆପାଲି, ଫାଉପାଲି, ମନ୍ଦିରସାହିର ସମସ୍ତ ଜନସାଧାରଣ ଦୈନିକ ଯାତାୟତ କରନ୍ତି । ଏଠାରେ ପ୍ରତ୍ୟେକ ସୋମବାର ସାପ୍ତାହିକ ହାଟବସେ । ପ୍ରତ୍ୟେକ ଗ୍ରାମରୁ ସମସ୍ତ ଚାଷୀ ଏଠାକୁ ପନିପରିବା ବିକିବାକୁ ଆସନ୍ତି କିନ୍ତୁ ଏଭଳି ରାସ୍ତା ହୋଇଥିବାରୁ ଯାତାୟତ ରେ ଅସୁବିଧା ହେଉଛି । ଉକ୍ତ ରାସ୍ତାକୁ ଗମନାଗମନ ଉପଯୋଗୀ କରିବା ଦିଗରେ ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।

ବୌଦ୍ଧରୁ ହୃଦାନନ୍ଦ ମେହରଙ୍କ ରିପୋର୍ଟ ଆଜତକ ଓଡିଶା

Post a Comment

Previous Post Next Post