କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକରୀଙ୍କ ବିରୁଦ୍ଧରେ କାର୍ୟ୍ଯନୁଷ୍ଠାନ ଦାବି


କଣ୍ଟାବାଞ୍ଜି : (ଆଜତକ୍ ଓଡ଼ିଶା) ସମ୍ବିଧାନର ଚତୁର୍ଥ ସ୍ତମ୍ଭ ହେଲେ ଗଣମାଧ୍ୟମ ପ୍ରତିନିଧି । ଖରା, ବର୍ଷା, ଶୀତକୁ ଖାତିର ନକରି ସାମ୍ବାଦିକ ନିଜର କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଥାଏ । ମହାମାରି କରୋନା ସମୟରେ ନିଜର ଜିବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କୁ ଖବର ପହଂଚାବାକୁ ସଦା ସର୍ବଦା ଆଗରେ ରହିଛି । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏଭଲି ସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ମହିଳା କନେଷ୍ଟବଳ ଆକ୍ରମଣ କରିଥିବା ଦେଖାଯାଇଥିଲା । ସେହିପରି ପୁରୀ ଜିଲ୍ଲା ଗୋପ ଥାନା ଅଧିକାରି ଜଣେ ବୈଦୁତିକ ଗଣମାଧ୍ୟମ ପ୍ରତିିନିଧିଙ୍କୁ ଫୋନରେ ହତ୍ୟା ଧମକ ଦେଇଥିବା ଖବର ଆସିଥିଲା । ପୋଲିସ ନିଜର ପାୱାର , କ୍ଷମତାର ଅପବ୍ୟବହାର କରୁଥିବା ବେଳେ ଏଭଲି ଖବର ଗଣମାଧ୍ୟମ ପ୍ରତିନିଧି ନିଜର ଖବର କାଗଜ କିମ୍ବା ନ୍ୟୁଜ ଚ୍ୟାନେଲରେ ପ୍ରସାରଣ କଲେ ପୋଲିସ ନାଲି ଆଖି ଦେଖାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାପ ପ୍ରୟୋଗ କରି କାର୍ଯ୍ୟନୁଷ୍ଠାନ ନେବାକୁ ଧମକ ଦେଉଛି । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ଏବଂ ହତ୍ୟା ଧମକ ଦେଇଥିବା ମହିଳା କନେଷ୍ଟବଳ, ଥାନା ଅଧିକାରିଙ୍କ ବିରୁର୍ଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା, କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ସଂପାଦକ ପୁଷ୍ପକେତୁ ବେହେରା, ଉପସଭାପତି ରଶ୍ମିରଂଜନ ପୁଟେଲ , ମନୋଜ ଶର୍ମା, ସହସଂପାଦକ ଦିପକ କୁମାର ଦାସ ୟାଦବ , ଅନିଲ ତ୍ରିପାଠି, କୋଷାଧ୍ୟକ୍ଷ କମଲଜିତ ସିଂ ମଖୀଜା, ପରାମର୍ଶଦାତା ଆନନ୍ଦ ମୋଟେ, ଆଶିଷ ଖଇତାନ , ଦୁର୍ଗାପ୍ରସାଦ ଗୁପ୍ତା, ଆଇନ ପରାମର୍ଶଦାତା ବିବେକ ଶର୍ମା, କାର୍ଯ୍ୟକାରି ସଦସ୍ୟ ସୁବ୍ରତ ମହାକୁଡ, ରୋହନ ମହତ, ବିଶିକେସନ ମାଝୀ, ଜଗମୋହନ ତାଣ୍ଡି ପ୍ରମୁଖ ସ୍ଥାନିୟ ତହସିଲଦାର ଅଶୋକ କୁମାର ମାଝୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ଦେଇଥିଲେ । 


Post a Comment

Previous Post Next Post