ଲାଠୋର : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ବିଭିନ୍ନ ବିକାଶ ମୂଳକ କାମ ପାଇଁ ଦାବୀ ପତ୍ର ପ୍ରଦାନ କଲେ ଏଲ. ଡ଼ି.ଏ ପ୍ରତିଷ୍ଠାତା ଶ୍ରୀ ଲବ ସୁନା। ଦିନକୁ ଦିନ ଖପ୍ରାଖୋଲ ବ୍ଲକ ଏକ ଦୁର୍ନୀତି ର ଗନ୍ତାଘର ସାଜୁଥିବା ବେଳେ ଆଜି ଏଲ. ଡ଼ି. ଏ ଦ୍ୱାରା ବ୍ଲକ ଘେରାଉ ପ୍ରସ୍ତାବ ରଖାଯାଇଥିଲା କିନ୍ତୁ କରୋନା ଗାଇଡ଼ ଲାଇନ୍ କୁ ମାନି କମ ସଂଖ୍ୟାରେ ଏଲ. ଡ଼ି.ଏ ର ପ୍ରତିଷ୍ଠାତା ଏବଂ ସଦସ୍ୟମାନେ ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଦାବୀ ଗୁଡିକ ହେଲା- ଖପ୍ରାଖୋଲ ଡାକ୍ତରଖାନା ରେ ଏକ ସ୍ତ୍ରୀ ବିଶେଷଜ୍ଞ ନିଯୁକ୍ତି ,ଏବଂ ଲାଠୋର ପି.ଏଚ. ସି କୁ ସି.ଏଚ. ସି ରେ ରୂପାନ୍ତରିତ କରିବା। ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟ ରେ ହଷ୍ଟେଲ କରିବା। ଆଦର୍ଶ ବିଦ୍ୟାଳୟରେ ଏକ ସ୍ଥାୟୀ ନିଯୁକ୍ତି ପାଇଁ ପ୍ରିନ୍ସିପାଳ ଏବଂ କ୍ଲେର୍କ ଦେବା। ଖପ୍ରାଖୋଲ ର ୬ ଟି ଆର . ଆଇ ସର୍କଲ ରେ ୫ ଟି ଆର.ଆଇ ଏବଂ ପିଅନ ନିଯୁକ୍ତି। ଖପ୍ରାଖୋଲ ରେ ଏକ ସିଭିଲ କୋର୍ଟ ର ସ୍ଥାପନ କରିବା। ଖପ୍ରାଖୋଲ ଅଞ୍ଚଳର ସମସ୍ତ ଭୂମିହୀନ ଲୋକଙ୍କୁ ୪ଡ଼ିସିମିଲ ସରକାରୀ ଜମି ପ୍ରଦାନ କରିବା। ଖପ୍ରାଖୋଲ ଅଂଚଳରେ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ ଦିଆଯାଉ। ଲାଠୋର ରେଲୱେ ଗେଟ ପାଇଁ ଓଭର ବ୍ରିଜ ନିର୍ମାଣ ଦାବୀ।
ଲାଠୋର ରେ ଏକ ପାର୍କ ଏବଂ ଏକ ଜନସାଧାରଣ ଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା। ତଥା ପଶ୍ଚିମଞ୍ଚଳ ବୈଷମତା ଦୂରକରି ଯୋଗ୍ୟ ହିତାଧିକାରୀ ଙ୍କୁ (PMAY ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗେଇଦେବା ଭଳି ବିଭିନ୍ନ ଦାବୀ ପତ୍ର ରହିଛି । ଏଲ.ଡ଼ି.ଏ ର ଏଭଳି କାର୍ଯ୍ୟକଳାପ କୁ ଦେଖି ଖପ୍ରାଖୋଲ ବିଡ଼ିଓ ଶ୍ରୀ ପ୍ରଭାତ ସାହୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇଥିଲେ। ଆଗାମୀ ଦିନରେ ଆହୁରି ଉନ୍ନତି ମୂଳକ କାମ କରିବାକୁ ଏଲ. ଡ଼ି. ଏ ପ୍ରତିଷ୍ଠାତା ଲବ ସୁନା କହିଛିନ୍ତି। ଖପ୍ରାଖୋଲ ଅଞ୍ଚଳର ବୁଦ୍ଧିଜୀବି ମାନେ ଏଲ.ଡ଼ି.ଏ କୁ ସାଧୁବାଦ ଜଣେଇଛନ୍ତି।
ଲାଠୋରରୁ ଚୂଡ଼ାମଣି ସୁନା ଙ୍କ ରିପୋର୍ଟ , ଆଜତକ୍ ଓଡ଼ିଶା
Post a Comment