ବେସାହାରା ଓଟର ସାହାରା ପାଲଟିଛନ୍ତି ବୈରାଗୀ


 ବୌଦ୍ଧ ୨୨/୦୭ : (ଆଜତକ୍ ଓଡ଼ି଼ି଼ିଶା) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମ ପଞ୍ଚାୟତ ଗୋଦରାବେଣୀ ଗ୍ରାମର ବୈରାଗୀ ପେଶାରେ ଜଣେ ଶ୍ରମିକ । ମୂଳ ଲାଗିଲେ ପରିବାର ଚଳେ । ନିଶା କିନ୍ତୁ ତାଙ୍କର ଅଲଗା । ସ୍ନେକ ହେଲ୍ପଲାଇନ ସଦସ୍ୟ ଭେବେ କାମ କରୁଥିବା ବୈରାଗୀଙ୍କ ପଶୁ ପ୍ରତି ରହିଛି ଦୁର୍ବଳତା, ଯାହା ତାଙ୍କୁ ଅସହାୟ ଓଟକୁ ଘରକୁ ଆଣିବାକୁ ବାଧ୍ୟ କରିଥିଲା । ପେଟ ପାଟଣା ପାଇଁ କିଛି ଲୋକ ସୁଦୂର ରାଜସ୍ଥାନରୁ ଓଟକୁ ସାଥିରେ ନେଇ ବୌଦ୍ଧ ଆସିଥିଲେ । ଗାଁ ଗାଁ ରେ ଓଟକୁ ବୁଲାଇ ରୋଜଗାର କରୁଥିବା ମାଲିକ ଲକଡାଉନରେ ଓଟକୁ ଛାଡି ଚାଲିଗଲା । ଓଟଟି ଅସହାୟ ଓ ନିରାଶ୍ରୟ ଅବସ୍ଥାରେ ବୁଲିବାକୁ ଲାଗିଲା । ଏଣେତେଣେ ପଶି ଫସଲ ଖାଇ ଲୋକଙ୍କ ଆକ୍ରୋଶର ଶିକାର ହେଲା । ଢେଲାପଥର ଧରି ଲୋକେ ଓଟକୁ ଗୋଡ଼ାଉଥିବା ବେଳେ ସେହି ସମୟରେ ନିରୀହ ଓଟକୁ ଉଦ୍ଧାର କରିଥିଲେ ବୈରାଗୀ । ବୈରାଗୀ ଓ ତାଙ୍କ ପତ୍ନୀ ଦ୍ରୌପଦୀ ଏହି ଅସହାୟ ଓଟକୁ ନିଜ ପାଖରେ ରଖି ଖାଇବାକୁ ଦେଲେ । ଉତ୍ତମ ଖାଦ୍ୟ ଓ ସ୍ନେହ ପାଇ ଓଟଟି ଖୁବ କମ ଦିନ ଭିତରେ ହୃଷ୍ଟ ପୃଷ୍ଟ ହୋଇଯାଇଥିଲା । ହେଲେ ଲକଡାଉନ ମାଡ଼ରେ ନିଜ ପରିବାର ଚଳାଇବାକୁ ଅସମର୍ଥ ବୈରାଗୀ କେତେ ଦିନ ଅବା ଓଟକୁ ଖାଇବାକୁ ଦେଇଥାନ୍ତେ । ଦୁଇ ତିନି ମାସ ରଖିବା ପରେ ଅନିଚ୍ଛା ସତ୍ତ୍ୱେ ଓଟକୁ ନେଇ ଘରଠାରୁ ୨୦ କିଲୋମିଟର ଦୂର ବାଙ୍କମୁଡି ପାହାଡ଼ ନିକଟରେ ଛାଡ଼ିଦେଇ ଆସିଥିଲେ । 


ଓଟଟି ଅସହାୟ ଅବସ୍ଥାରେ ବୁଲିବାକୁ ଲାଗିଲା । ବୌଦ୍ଧ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ୧୫ ଦିନ ବୁଲିବୁଲି ରୋଗୀଣା ହୋଇ ପଡିଲା ଓ ଶେଷରେ ବୈରାଗୀଙ୍କ ସ୍ନେହର ଆକର୍ଷଣରେ ପୁଣି ଥରେ ତାଙ୍କ ନିକଟକୁ ଫେରିଆସିଛି । ଲୋକଙ୍କ ଆକ୍ରୋଶ ଓ ଖାଦ୍ୟା ଭାବରେ ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିବା ଓଟର ଚିକିତ୍ସା କରିବା ସହ ପୁଣି ତାରଯତ୍ନ ନେଲେ ବୈରାଗୀ ଓ ତାଙ୍କ ପରିବାର । ଦେଖାଯାଏ କେଉଁଠି ନିଜର ବୃଦ୍ଧ ପିତା ମାତାଙ୍କୁ ନିଜର ପୁତ୍ର ବେସାହାରା କରି ବୃଦ୍ଧ ସମୟରେ ଘରୁ ତଡିଦିଏ । କିନ୍ତୁ ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମ ପଞ୍ଚାୟତ ଗୋଦରାବେଣୀ ଗ୍ରାମରେ ଦେଖିବାକୁ ମିଳିଛି ତାର ଅନ୍ୟ ରୂପ । ନିଜ ପାଞ୍ଚ ପ୍ରାଣୀ ପରିବାରର ଗୁଜୁରାଣ ମେଣ୍ଟାଇ ପାରୁନଥିବା ବୈରାଗୀ ଏବେ ଏହି ଅସହାୟ ବୃଦ୍ଧ ଓଟର ସାହାରା ପାଲଟିଛନ୍ତି । ଯଦି ଜ଼ିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଏହି ଓଟ ପାଇଁ ବୈରାଗୀଙ୍କୁ କିଛି ସହାୟତା କରନ୍ତି ତାହା ହେଲେ ଓଟଟିକୁ ବୈରାଗୀ ନିଜ ପାଖରେ ଭଲରେ ରଖିପାରନ୍ତେ ।


ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post