କରୋନା କଟକଣା ମଧ୍ୟରେ ଶେଷ ହେଲା ନାରାୟଣ ନଗର ରଥଯାତ୍ରା




ବୌଦ୍ଧ : (ଆଜତକ୍ ଓଡ଼ିଶା) ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ବୌଦ୍ଧ ବ୍ଲକ ନାରାୟଣ ନଗର ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ତେଲିବନ୍ଧ ପୂର୍ବତନ ସରପଞ୍ଚ ଭୋଲାଗିରି ସାହୁ, ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର ମେହେର, ମନୋରଞ୍ଜନ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଆଜି ପ୍ରାତଃରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା ଯିବା ପରେ ଚତୁର୍ଦ୍ଧାମୂର୍ତିଙ୍କ ମଙ୍ଗଳ ଆଳତୀ,ମଇଲମ,ପ୍ରାତଃ ଆଳତୀ ପରେ ଗୋପାଳବଲ୍ଳଭ ଭୋଗ,ଖେଚେଡି ଭୋଗ,ଶେରନା ପାଟ ଲାଗି ଏବଂ ଦ୍ୱାରପାଳ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ଭାବରେ ଅଜିତ ପାଣଗ୍ରାହୀ ସମସ୍ତ ରୀତିକାନ୍ତି ଅନୁଯାୟୀ ପୂଜା କାର୍ଯ୍ୟ କରିଥିଲେ । କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସେବାୟତ ମାନଙ୍କ ଦ୍ୱାରା ରଥଯାତ୍ରା ନୀତିକାନ୍ତି କରାଯାଇଥିଲା । ଚାରିଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି କରାଯାଇ ମନ୍ଦିର ସାହି ଦେଇ ବଡ଼ ଦାଣ୍ଡ କୁ ଅଣାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କୁ ରଥାରୁଢ଼ କରାଯାଇଥିଲା ଓ ଶିଶୁ ମାନଙ୍କୁ ରଥଛୁଆ କାର୍ଯ୍ୟ କରାଯାଉ  ଥିଲା।ନାରାୟଣ ନଗର ଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରତ୍ୟେକ ବର୍ଷ ଦୁଇ ଦିନ ପାଳନ କରାଯାଉଥିବା ବେଳେ କରୋନା ମହାମାରୀ ଯୋଗୁଁ ସରକାରଙ୍କ  ନିୟମକୁ ମାନି ଗୋଟାଏ ଦିନ ରଥଯାତ୍ରା ପାଳନ କରାଯାଇଛି । ମୁଖ୍ୟ ପୂଜକ ଭାବରେ ଅଜିତ ପାଣଗ୍ରାହୀ ପୂଜା କାର୍ଯ୍ୟ କରିଥିବା ବେଳେ କୁମୁଦ ପାଣଗ୍ରାହୀ, ସୌମ୍ୟରଞ୍ଜନ ପାଣଗ୍ରାହୀ ,ଟୀକମେହେର ସହଯୋଗ କରିଥିଲେ। ଭୋଲାଗିରି ସାହୁ ଛେରାପହରା ଦେଇଥିବା ବେଳେ ବୌକୁଣ୍ଠନାଥ  ମେହେର ଝାଡୁ ଦାର କାର୍ଯ୍ୟ କରିଥିଲେ। ପୂର୍ବତନ ସରପଞ୍ଚ ଭୋଲ।ଗିରି ସାହୁ, ଲକ୍ଷ୍ମୀପ୍ରସାଦ ସରପଞ୍ଚ  ରାଜେନ୍ଦ୍ର ମେହେର , ମନୋରଞ୍ଜନ ପୁରୋହିତ ଉପସ୍ଥିତ ଥିଲେ। ସନ୍ଧ୍ୟା ଛଅଟା  ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ରଥରୁ ତଳକୁ ଅଣାଯାଇ ବଡ଼ ଦାଣ୍ଡରେ ପହଣ୍ଡି କରାଯାଇ ରାମ ମନ୍ଦିରକୁ ଅଣାଯାଇଥିଲା ଏବଂ 9ଦିନ ପରେ ପୁଣି ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । 



ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ

Post a Comment

Previous Post Next Post