୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା


ବୌଦ୍ଧ-୧୫/୦୭ (ଆଜତକ୍ ଓଡ଼ିଶା)କରୋନା କାଳରେ ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ତଥା ଖାଉଟି ସାମଗ୍ରୀର ଦରଦାମ ଅହେତୁକ ଭାବରେ ବୃଦ୍ଧିକୁ ନେଇ ଆଜି ବାମ ଦଳ ତରଫରୁ ୧୨ ଘଂଟିଆ ଓଡିଶା ବନ୍ଦର ଡାକରା ଦିଆଯାଇଛି । ଏହି ୧୨ ଘଂଟିଆ ଓଡିଶା ବନ୍ଦ ଡାକରାକୁ କଂଗ୍ରେସ ଦଳ ସମର୍ଥର ଜଣାଇଛି । ତେବେ କଂଗ୍ରେସ ସମର୍ଥିତ ଏହି ବନ୍ଦ ଡାକରାର ପ୍ରଭାବ ବୌଦ୍ଧ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବୌଦ୍ଧ, ହରଭଙ୍ଗା ତଥା କଂଟାମାଳ ବ୍ଲକରେ ସକାଳ ୬ ଟାରୁ କଂଗ୍ରେସ କର୍ମୀମାନେ ପିକେଟିଙ୍ଗ କରିବା ସହ ଯାନବାହାନ ଚଳାଚଳ ବନ୍ଦ କରିଥିବା ଦେଖିବାକୁ ମିଳିଛି । ଫଳରେ ବୌଦ୍ଧରେ ଚକାଯାମ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଦେଶରେ ଦରଦାମ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ଅନ୍ଦୋଳନକାରୀ । ଆଗାମୀ ଦିନରେ ଜଗି ସରକାର ଏଥିପ୍ରତି ସଜାଗ ନହୁଅନ୍ତି ତାହେଲେ ଆନ୍ଦୋଳନ ଆହୁରୀ ତିବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ବନ୍ଦ ପାଳନ ସମୟରେ ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post