କନ୍ଦେଇଛାପର ନିକଟସ୍ଥ ଡୁଙ୍ଗୁରିରେ ଜାରି ହେଲା୧୪୪


ଲାଠୋର (ଆଜତକ୍ ଓଡ଼ିିିିଶା)ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅଧିନସ୍ଥ କଂଦେଇ ଛାପର ଗ୍ରାମ ର ଡୁଙ୍ଗୁରି ରେ ଜାରି ରହିଛି ୧୪୪।ସୂଚନା ଅନୁସାରେ କଂଦେଇ ଛାପର ନିକଟସ୍ଥ ଡୁଙ୍ଗୁରି ଠାରେ ପଟଣାଗଡ଼ ୟୁନିଟର ବୁଦ୍ଧ ମହାସଭା ଏବଂ ଉକ୍ତ ଗ୍ରାମର ଦଳିତ ବର୍ଗ ର ପିଲା ମିଶି ବୁଦ୍ଧ ବିହାର ବନେଇବା ପାଇଁ ସଫାସୁତୁରା କରୁଥିଲେ।ଏବଂ ଇଟା ବାଲି ନେଇ କାମ କରୁଥିବା ସମୟରେ କଂଦେଇଛାପର ସବର୍ଣ୍ଣ ଗୋଷ୍ଠୀ ଆସି ଏହି କାମ ବନ୍ଦ କରିବାକୁ କହିଥିଲେ ।ସେମାନେ କହିଥିଲେ ଏଠାରେ ଶିଵ ମନ୍ଦିର ହେବ ।ଉଭୟଙ୍କ ମଧ୍ୟରେଦ୍ଵନ୍ଦ ସୃଷ୍ଟି ହୋଇ ଥିଲା ଏବଂ ଉକ୍ତ ଘଟଣା କୁ କେନ୍ଦ୍ର କରି ଗାଁ ରେ ବୈଠକ ବସିଥିଲା ।କିନ୍ତୁ ରାତିରେ ବୈଠକ ବସିଥିବାରୁ ଦଳିତ ବର୍ଗର ଲୋକ ମାନେ ଭୟଭୀତ ହୋଇ ବୈଠକ କୁ ଯାଇନଥିଲେ।ଶେଷରେ ଅନ୍ୟ ପକ୍ଷ ଯାଇ ଥାନା ରେ ଦଳିତ ବର୍ଗ ଙ୍କୁ ଲିଖିତ ଅଭିଯୋଗ କରି ଥିଲେ।ଏହିଘଟଣା ସମ୍ପର୍କରେ ଆର. ବି. ଏମ୍ ସମ୍ବଲପୁର ୟୁନିଟ ଖବର ପାଇଲା ପରେ ପଟଣାଗଡ଼ ଏସ୍ ଡି ପି ଓ ଙ୍କୁ ଫୋନ ମାଧ୍ୟମରେ ଯୋଗଯୋଗ କରିଥିଲେ ଏବଂ ଶାନ୍ତି କମିଟିକରିବାକୁ ନିଷ୍ପତ୍ତି ନେଇଥିଲେ।କିନ୍ତୁ ଆର ବି ଏମ୍ ଆସିବାର କିଛି ଘଣ୍ଟା ପୂର୍ବରୁ ଉକ୍ତ ଡୁଙ୍ଗୁରି ରେ ୧୪୪ଲଗେଇ ଦେଲା ପୋଲିସ।ଯାହା ଫଳରେ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ବୁଦ୍ଧ ମହାସଭା ସମ୍ବଲପୁର ୟୁନିଟ ର ନେସନାଲ ଜେନେରାଲ ସେକ୍ରେଟାରୀ ଶ୍ରୀ ମହେଶ୍ୱର ଷଣ୍ଢ, ଧର୍ମ ପ୍ରିୟ ଶ୍ରୀ ପ୍ରଶାନ୍ତ, ନେସନାଲ ଭାଇସ ପ୍ରେସିଡେଣ୍ଟ ଶ୍ରୀ ନେପାଳେସ୍ୱର ତାଣ୍ଡି କଂଦେଇ ଛାପର କୁ ଆସି ଉଭୟ ପକ୍ଷ କୁ ସାକ୍ଷାତ କରି ମତ ସଂଗ୍ରହ କରିଥିଲେ ପରେ ପଟଣାଗଡ଼ ବିଧାୟକ ସରୋଜ ମେହେରଏବଂ ଲାଠୋରପୋଲିସ ସହ ଆଲୋଚନା କରିଥିଲେ।

ଲାଠୋର ରୁ ଚୂଡ଼ାମଣି ସୁନା ଙ୍କ ରିପୋର୍ଟ , ଆଜତକ୍ ଓଡ଼ିଶା

Post a Comment

Previous Post Next Post