ବୌଦ୍ଧ ଜିଲ୍ଲା ବିଜେପି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକାରିଣୀ ବୈଠକ

 


ବୌଦ୍ଧ : ୧୫/୦୭ ( ଆଜତକ୍ ଓଡ଼ିଶା )ଆଜି ବୌଦ୍ଧ ଜିଲ୍ଲା ବିଜେପିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ବିପ୍ରଚରଣ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସାତ ଗୋଟି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା । ଏଥି ସହିତ ଚିଠା ପ୍ରସ୍ତାବ ସଂଲଗ୍ନ କରାଗଲା । ଆଜିର ବୈଠକରେ ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ସଶକ୍ତ ମଣ୍ଡଳ ନଗର ଓ ପଞ୍ଚାୟତ ଆଗାମୀ ନିର୍ବାଚନ ପାଇଁ ରୋଡ ମ୍ୟାପ ତିଆରି ହୋଇଅଛି । ଆଜିର ଦୃଶ୍ୟ ଶ୍ରାବ୍ୟ ମିଟିଙ୍ଗରେ ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ପ୍ରଭାରୀ ରାମଚନ୍ଦ୍ର ମେହେର, ସହ ବିଧାୟକ ପ୍ରାର୍ଥୀ ଶ୍ରୀକଂହେଇ ଚରଣ ଡାଙ୍ଗ,ସୁଶାନ୍ତ କୁମାର ପ୍ରଧାନ, ଶ୍ରୀ ମାଗୁଣି ଚରଣ ଗାଇଗଉରିଆ, ସୂର୍ଯ୍ୟ ନାରାୟଣ ମହାପାତ୍ର, ସୌମୀତ୍ରି ନାଏକ, ସଂଯୁକ୍ତା ନାଏକ, ମନରଞ୍ଜନ ଦାଶ, ଶ୍ରୀମତି ମିନାରାଣୀ ମିଶ୍ର , ସ୍ଵର୍ଣ୍ଣମୟୀ ପ୍ରଧାନ, ଶ୍ୟାମସୁନ୍ଦର ପୁରୋହିତ, ପୂର୍ଣ୍ଣଚନ୍ଦ୍ର ଗାଈଗୋରିଆ ରାକେଶ ତ୍ରିପାଠୀ, ପ୍ରେମାନନ୍ଦ ମିଶ୍ର , ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ସତ୍ୟାନନ୍ଦ ପାଣ୍ଡେ, ତାପସ ପଟ୍ଟନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ ସମସ୍ତ ମଣ୍ଡଳ ସଭାପତି ପ୍ରଭୃତି ବହୁ ସଂଖ୍ୟା ରେ ଦଳୀୟ ନେତା ନେତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମ ସଫଳ କରିଥିଲେ । 

 

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post