ଜୟ ଡ଼ଙ୍ଗର ବୁଢା ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ପ୍ରଥମ ଖେଳ ରେ ହଳଦୀ ଦଳ ବିଜୟୀ


ମୁରିବାହାଲ  ୧୮/୦୨ (ଲକ୍ଷ୍ମୀକାନ୍ତ ଧରୁଆ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଖେଳ ପଡିଆ ଠାରେ ଜୟ ଡ଼ଙ୍ଗର ବୁଢା ଫୁଟବଲ ଟୁର୍ନାମେଣ୍ଟ ଇଲେଭେନ ବ୍ରଦର ଫୁଟବଲ ଆସୋସିଏସନ ତରଫରୁ ଉଦଘାଟିତ ହୋଇ ଯାଇଛି । ଉଦଘାଟନି ମେଚ ରେ ହଳଦୀ ସହିତ ତୁର୍ଲା ଦଳ ର ଖେଳ ଅନୁଷ୍ଠିତ ହୋଇଥିଲା ଏହି ମେଚ ରେ ତୁର୍ଲା ଦଳ ୨ ଟି ଗୋଲ କରିଥିବା ବେଳେ ହଳଦୀ ଦଳ ୩ ଟି ଗୋଲ କରି ତୁର୍ଲା ଦଳକୁ ପରାସ୍ତ କରିଥିଲା । ଏହି ଖେଳ ରେ ମୁଖ୍ୟ ଅତିଥି ଭାବରେ ହଳଦୀ ସମିତି ସଭ୍ୟ ଟୁନାମଣୀ ମହାନନ୍ଦ ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଫୁଟବଲ ଖେଳାଳି ବଳରାମ ସା, ସୁବାଷ ଚନ୍ଦ୍ର ପଟନାୟକ, କୃତି ହାତୀ, ହିମାଂଶୁ ହାତୀ, ହଳଦୀ ପଂଚାୟତ ପୂର୍ବତନ ସରପଞ୍ଚ ହୃଷିକେଶ ବାଗ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଖେଳ କୁ ରେଫରୀ ଆଶୀର୍ବାଦ ସାହା, ଆଶିଷ ଦେବ ସାହା , ଅଶ୍ୱନି ଭୁକ୍ତା ଓ ପ୍ରତାପ ଭୁକ୍ତା ପରିଚାଳନା କରିଥିଲେ । ଏହି ଖେଳ ରେ କମିଟି ର ସଭାପତି ଯଶୋବନ୍ତ ଭୋଇ, ଉପସଭାପତି ମନୋଜ କୁମାର ପୂଝରୀ, ସହ ସମ୍ପାଦକ ରାଜୀବ ହାତୀ, ରବି ପୋଢ଼, ହେମରାଜ ବାଗ,କ୍ଷୀରସିନ୍ଧୁ ପାତ୍ର, ଚିତ୍ରସେନ ହାତୀ, ସୁନୀଲ ହାତୀ, ବିକି ସିଂ ଭୋଇ, ଝୁନୁ ପୋଢ଼ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଟୁର୍ନାମେଣ୍ଟ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଅଞ୍ଚଳ ର ଅନେକ ଦଳ ଭାଗ ନେବେ ବୋଲି କମିଟି ପ୍ରକାଶ କରିଛି ।

Post a Comment

Previous Post Next Post