ଲାଞ୍ଜିଗଡ଼ ବେଦାନ୍ତର ଚରମ ସୀମା. ତିନି ମାସ ପରେ ବି ମିଳିନି କ୍ଷୟକ୍ଷତି, ଚିନ୍ତାରେ ଚାଷୀ


ଭବାନୀପାଟଣା ,ଲାଞ୍ଜିଗଡ (ଧୀରେନ୍ଦ୍ର ସୁନାନି) ଲାଞ୍ଜିଗଡ଼ ବେଦାନ୍ତ ସ୍ଥାପିତ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ପାରିପାର୍ଷିକ ଅଞ୍ଚଳରେ ବିକାଶ ଅପହଞ୍ଚ। ତିନି ମାସ ପୂର୍ବେ ବେଦାନ୍ତ ରେଡମୋଡ଼ପଣ୍ଡ ଭୁଶୁଡି଼ ବିଷାକ୍ତ କଷ୍ଟିକ ପାଣି ବେଦାନ୍ତ ପାରିପାର୍ଷିକରେ ଥିବା ବଣ୍ଡେଲ, ବିଳାଟିପଦର, ଛତ୍ରପୁର, ହରେକୃଷ୍ଣପୁର ସମେତ ବିଭିନ୍ନ ଗାଁର ଅନେକ ଚାଷୀଙ୍କ ହେକ୍ଟର ହେକ୍ଟର ଚାଷ କ୍ଷତି ହୋଇଥିବାବେଳେ ଏବେବି ଅନେକ ଚାଷୀ କ୍ଷତିପୂରଣ ପାଇନଥିବା ଅଭିଯୋଗ ହେଉଛି। ଏହି ଭଲି ଅଭିଯୋଗ ହେଉଛି ଲାଞ୍ଜିଗଡ଼ ବ୍ଲକ ହରେକୃଷ୍ଣପୁର ଗାଁରୁ। ସୂଚନା ଅନୁସାରେ ବେଦାନ୍ତ ରେଡମୋଡ଼ପଣ୍ଡର ବିଷାକ୍ତ କଷ୍ଟିକ ପାଣି ମାଡିଯିବା ଫଳରେ ହରେକୃଷ୍ଣପୁର ଗାଁର ହାରାହାରି ୨୦ଜଣ ଚାଷୀଙ୍କ ବିଭିନ୍ନ ପ୍ରକାରର ଚାଷ କ୍ଷୟକ୍ଷତି ହୋଇଥିବା ବେଳେ ମାତ୍ର ଛଅ ଜଣ ଚାଷୀଙ୍କ ନାମ ତାଲିକାରେ ପଞ୍ଜିକୃତ ହୋଇଛି। ତେବେ ଅନେକ ଗୁଡିଏ ଚାଷୀ ଏହି ତାଲିକାରୁ କାହିଁକି ବାଦ ପଡିଲେ ତାହା ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ବେଦାନ୍ତ କର୍ତୃପକ୍ଷ ଓ ପ୍ରଶାସନର ଚରମ ଅବହେଳା ଯୋଗୁଁ ଅନେକ ଚାଷୀ କ୍ଷତିପୂରଣ ପାଇବାରେ ବଞ୍ଚିତ ରହିଥିବା ଅଭିଯୋଗ ହୋଇଥିବା ବେଳେ ସ୍ଥାନୀୟ ଲୋକ ରାଜସ୍ବନିରୀକ୍ଷକଙ୍କୁ ଦାୟୀ କରିଛନ୍ତି। ତେବେ ରାଜସ୍ବନିରୀକ୍ଷକ କାର୍ଯ୍ୟାଳୟରେ ଥାଇ ଚାଷ କ୍ଷୟକ୍ଷତି ଆକଳନ କରିଛନ୍ତି ନା ଘଟଣା ସ୍ଥଳକୁ ଯାଇ ଆକଳନ କରିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ଆମେ ରାଜସ୍ବନିରୀକ୍ଷକଙ୍କୁ ପଚାରିବାରୁ ମୋତେ ପାଖରେ ଯାହା ସୂଚନା ପହଞ୍ଚିଥିଲା ସେହି ହିସାବରେ ମୁଁ ପୂର୍ବରୁ ମଧ୍ୟ ଚାଷ ଆକଳନ କରିଥିଲି ଏବଂ ଏବେ ମଧ୍ୟ କ୍ଷୟକ୍ଷତି ଅଞ୍ଚଳକୁ ଯାଇ ଆକଳନ କରିଛି। ଯଥା ସମ୍ଭବ ଏହାର ସମାଧାନ କରାଯିବ ବୋଲି କହିଛନ୍ତି।

Post a Comment

Previous Post Next Post