ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚାଷୀ ମାନଙ୍କୁ ଇନପୁଟ୍ ସବସିଡି ବଣ୍ଟନ


ବଲାଙ୍ଗିର ୦୮/୧୨ (ଗଣେଶ ଦାସ) ଆଜି ବରଗଡ଼ର ସୋହେଲା ଠାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ସମଗ୍ର ଓଡ଼ିଶାର ଚାଷୀ ମାନଙ୍କ ପାଇଁ କ୍ୱିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍ ସବସିଡି ବଣ୍ଟନ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ଜିଲ୍ଲାର ଚାଷୀ ମାନେ ଆଜି  ବଲାଙ୍ଗିର ସ୍ଥିତ କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ଆଭାସୀ ମାଧ୍ୟମରେ ଏହି  କାର୍ଯ୍ୟକ୍ରମ ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାର ଯୋଗ ଦେଇ ଜିଲ୍ଲାବାସୀଙ୍କୁ ସ୍ୱାଗତ କରିବା ସହ ଉଦବୋଧନ ଦେଇଥିଲେ।
 
ସୂଚନା ଥାଉକି ପଂଜିକୃତ ଚାଷୀଙ୍କ ମନରେ ଯେପରି କୌଣସି ଦ୍ଵନ୍ଦ ନରୁହେ, ସେଥିପାଇଁ ପ୍ରତ୍ୟେକ ମଣ୍ଡିର ସୂଚନା ଫଳକରେ ମଣ୍ଡି ନୋଡଲ ଅଫିସର ଓ ମଣ୍ଡି ସୁପରଭାଇଜରଙ୍କ ନାମ ସହିତ ତାଙ୍କ ମୋବାଇଲ ନମ୍ୱର ପ୍ରଦର୍ଶନ କରା ଯାଉଛି । ଏହା ଛଡା, ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଇବା ସହତି ଏକ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ ଓଡିଶା ଯୋଗାଣ ନିଗମ, ଭୁବନେଶ୍ୱର ଠାରେ ବ୍ୟବସ୍ଥା ମଧ୍ୟ କରାଯାଇଛି। ଧାନ ପରିବହନକାରୀ ଯାନ ଗୁଡିକର ଗତିବିଧି ଉପରେ ନଜର ରଖିବା ପାଇଁ ସମସ୍ତ ସୀମା ଯାଞ୍ଚ ପଏଣ୍ଟ ରେ ସିସିଟିଭି ଏବଂ କ୍ୟାମେରା ଧାରୀ ଗାଡି ର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ଯାଉଛି ଯେପରି ଏହି ପ୍ରକ୍ରିୟାରେ କୌଣସି ପ୍ରକାରର ଅସୁବିଧା ନହୁଏ। ଯେହେତୁ ଚଳିତ ଧାନ କ୍ରୟ ଋତୁରେ ସୀମା ଯାଞ୍ଚ ଏକ ପ୍ରମୁଖ କାର୍ଯ୍ୟ ଅଟେ, ପ୍ରଶାସନ ମଧ୍ୟ ଖୁବ ଦାୟିତ୍ୱର ସହ ଏହି କାର୍ଯ୍ୟକୁ ସମ୍ପନ୍ନ କରିବ। ସମବାୟ ବିଭାଗ ଦ୍ୱାରା  ସମସ୍ତ ଧାନ ସଂଗ୍ରହଣ କେନ୍ଦ୍ରରେ ସଂଗ୍ରହଣ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରାଥମିକତା ଆଧାରରେ ଆବଶ୍ୟକୀୟ ବୈଷୟିକ ଯନ୍ତ୍ରପାତି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଗୁରୁତ୍ବ ଦେବେ । ମିଲକୁ ଧାନ ପହଞ୍ଚିବା ପୂର୍ବରୁ ଏହାର ମାନକୁ ନିଶ୍ଚିତ କରିବା ପାଇଁ ମଣ୍ଡିରେ ଧାନର ମାନ ଯାଞ୍ଚ କରାଯିବ ଏବଂ ଯାଞ୍ଚ ସମୟରେ ମିଲର ଉପସ୍ଥିତ ରହିବେ। ଯାଞ୍ଚ ରିପୋର୍ଟର ଏକକିତା ନକଲ ସମ୍ପୃକ୍ତ ଚାଷୀଙ୍କୁ ପ୍ରଦାନ କରାଯିବ। ଜିଲ୍ଲା ଅଧିକାରୀ ମାନେ ଜିଲ୍ଲା ଗସ୍ତ ସମୟରେ ଧାନ ମଣ୍ଡିକୁ ପରିଦର୍ଶନ କରି ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ କରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି, ବଲାଙ୍ଗି ଉପଜିଲ୍ଲାପାଳ ଆଲୋକ ପଟେଲ , ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର , ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ , ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବାବୁଲି ଚରଣ ସେଠି , ଡିଆରସିଏସ ପ୍ରମୋଦ ବରିହା ଉପସ୍ତିତ ଥିଲେ ।ଏହି କାର୍ଯ୍ୟକ୍ରମ. କୃଷି ଅଧିକାରୀ ସୁଧାକର ନନ୍ଦ ପରିଚାଳନା କରିଥିଲେ।

Post a Comment

Previous Post Next Post