ହନୁମାନ ମନ୍ଦିର ପ୍ରତିଷ୍ଠା ଲାଗି କଳସ ଶୋଭାଯାତ୍ରା


ଜଳେଶ୍ୱର,୧୦/୧୨(ଜଗନ୍ନାଥ ଗୋଛାୟତ) ଜଳେଶ୍ବର ବ୍ଲକ ଶ୍ରୀରାମପୁର ପଂଚାୟତ ନାରାୟଣପୁର ଗାଁରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସକାଳେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଜୟ ଶ୍ରୀରାମ ଓ ଜୟ ହନୁମାନ ଧ୍ୱନିରେ ଅଞ୍ଚଳକୁ ମୁଖରିତ କରୁଥିଲେ।


ସକାଳେ ୧୦୮କଳସ ଶୋଭାଯାତ୍ରା ରେ ଶହଶହ ମହିଳା,ବାଦ୍ୟ ଓ ସଂକିର୍ତ୍ତନ ମାଧ୍ୟମରେ ସୁବର୍ଣ୍ଣରେଖା ନଦୀ ରୁ ପବିତ୍ର ଜଳ ଧରି ଆଣି ଗ୍ରାମ ପରିକ୍ରମା ସହ ମନ୍ଦିର ନିକଟରେ ପହଂଚିଥିଲେ।ଗ୍ରାମ୍ୟ ପୁରୋହିତ ତଥା ପୂଜକ କେଦାର ପାଣିଗ୍ରାହୀ ଓ ୫ ଜଣ ବ୍ରାହ୍ମଣ ଙ୍କ ଦ୍ୱାରା ପୂଜାପାଠ ଯଞ୍ଜାଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ରାମଚନ୍ଦ୍ର ବାଗ ଯଜ୍ଞରେ ସଂକଳ୍ପ ଧାରଣ କରି ଗ୍ରାମ୍ୟ ମଙ୍ଗଳ ମନାସି ଥିଲେ।ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବୁଧବାର ମଧାହ୍ନରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଗ୍ରାମ ମୁଖ୍ୟ ପରେଶ ଚନ୍ଦ୍ର ବାଗଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ କାର୍ଯ୍ୟକ୍ରମ ହେଉଥିବା ବେଳେ ଆଶୁତୋଷ ଘୋଷ, ଚିନ୍ମୟ ବାଗ,ଅଜୟ ବାଗ,ସପନ ବାଡ଼, ତ୍ରିଲୋଚନ ବାଗ, ଜନ୍ମେଜୟ ବାଡ଼ ଓ ସୁମନ୍ତ ବାଗ ସହଯୋଗ କରିଥିଲେ।

Post a Comment

Previous Post Next Post