ନୁଆପଡ଼ା (ବିରବଲ ପ୍ରଧାନ) ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ର ବଟବୃକ୍ଷ ଠାରେ ପ୍ରଭୁ ରାଧାକୃଷ୍ଣ ଙ୍କ ବ୍ୟଞ୍ଜନ ଦ୍ଵାଦଶୀ ପୂଜା ପାଳିତ ହୋଇଯାଇଛି ।ଏହି ପୂଜା ରେ ପ୍ରଭୁ ଙ୍କ ଠାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ,ମିଠା ଓ ପିଠା ୧୫୬ ପ୍ରକାର ଭୋଗ ଲାଗି ହୋଇଥାଏ ।ପ୍ରଥମେ ସ୍ଵର୍ଗତ ବାବା ଭଗବତ ଚରଣ ଦାସ ଏହି ବ୍ୟଞ୍ଜନ ଦ୍ଵାଦଶୀ ପୂଜା କୁ ଆରମ୍ଭ କରିଥିବା ବେଳେ ଦୀର୍ଘ ୧୬ ବର୍ଷ ହେବ ଆୟୋଜିତ ହୋଇଆସୁଛି ।
ପ୍ରଭୁ ଙ୍କ ପୂଜା ରେ ସାମିଲ ହେବା ପାଇଁ ଅଞ୍ଚଳ ର ଶହ ଶହ ସଂଖ୍ୟା ରେ ଆସି ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି।ଗାଁ ରେ ଭକ୍ତ ଙ୍କ ଦ୍ଵାରା ସଙ୍କୀର୍ତ୍ତନ,ଘଣ୍ଟ,ଶଙ୍ଖ ଓ ହୁଳହୁଳି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇ ଯାଇଥିଲା ।ଏଥିରେ ପୂଜକ ଭାବରେ ଗଜପତି ବନଛୋର ଙ୍କ ଦ୍ଵାରା ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଖଗେଶ୍ୱର ପ୍ରଧାନ,ଶିବ ବନଛୋର,ଜୟବଳ ନାଗ,ଶଙ୍କର ବନଛୋର,କେଶବ ବନଛୋର,ମଧୁସୂଦନ ବନଛୋର,କେଶବ ଚିନାଗୁନ,ଘନଶ୍ୟାମ ପ୍ରଧାନ,ଧ୍ରୁବଚରଣ ପୁଞ୍ଜି,ଲିଙ୍ଗରାଜ ଖର୍ସେଲ,ମିଞ୍ଜୁ ହଂସ,ସୁକ୍ଳଧର ଖର୍ସେଲ ପ୍ରମୁଖ ସହଯୋଗ କରିଥିଲେ ।
Post a Comment