ଜଳେଶ୍ୱର ୧୩/୧୨ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବଡ଼ ବଜାର ସ୍ଥିତ ସ୍ୱରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ଓ ବ୍ରାହ୍ମଣୀ ସମାଜ ଙ୍କ ସହଯୋଗ ରେ ଭାଗବତ ଗୀତା ଜନ୍ମ ଜୟନ୍ତୀ,ମହା ସମାରୋହରେ ପାଳିତ ହୋଇଯାଇଛି।ଶୁକ୍ରବାର ମାର୍ଗଶିର ଶୁକ୍ଳ ତ୍ରୟୋଦଶୀ ଆବିର୍ଭାବ ତିଥି, ପ୍ରାତଃରେ ଘଟତ୍ତୋଳନ,୭୦ ଜଣ ବ୍ରାହ୍ମଣ ଙ୍କ ଦ୍ୱାରା ବେଦ ମନ୍ତ୍ର ଉଚ୍ଚାରଣ,ସମୂହ ଗୀତ ପଠନ, ଲକ୍ଷ୍ମୀ ନାରାୟଣ ଙ୍କ ଅନନ୍ତ ଶଯ୍ୟା ବିଗ୍ରହ, ପୂଜାର୍ଚ୍ଚନା ଓ ଯଜ୍ଞାଦି କାର୍ଯ୍ୟ ସମ୍ପାଦିତ ହୋଇଥିଲା।ରାଜ୍ୟ ବ୍ରାହ୍ମଣ ମହା ସଂଘର ସଂଯୋଜକ ପଣ୍ଡିତ ଲୋକନାଥ ଧଳ ଙ୍କ ପରିଚାଳନା ୭୦ ଜଣ ବ୍ରାହ୍ମଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ଅନ୍ୟ ପଣ୍ଡିତ ଓ ବ୍ରାହ୍ମଣ ମାନଙ୍କ ମଧ୍ୟରେ, ଭୃଗୁ ରାମ କର,ଶରତ ଷଡ଼ଙ୍ଗୀ,ଗୀରିଶ କୁମାର ପାଣିଗ୍ରାହୀ,ରବୀନ୍ଦ୍ର ମିଶ୍ର,ମୃତ୍ୟୁଞ୍ଜୟ ନନ୍ଦ,ରବୀନ କୁମାର ମିଶ୍ର,ରବି ନାରାୟଣ ମିଶ୍ର,ଆଦ୍ୟ ପଦ ଧର,ଦେବବ୍ରତ ପାଣୀଗ୍ରାହୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ରାଧା ରଞ୍ଜନ ବାଗ ସଙ୍କଳ୍ପ ହୋଇଥିବା ବେଳେ ବିଦ୍ୟା ମନ୍ଦିର ର ସମସ୍ତ ଗୁରୁଜୀ,ଗୁରୁମା,ଅପା ସହଯୋଗ କରିଥିଲେ।ଗୀତା ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟ ବୌଦ୍ଧିକ ମଣ୍ଡପରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ଗୀତା ଆବୃତ୍ତି ପ୍ରତିଯୋଗିତା ଓ ଭାଗବତ ମହାତ୍ମ୍ୟ ଆଲୋଚନା ସଭା ଆୟୋଜିତ ହୋଇଥିଲା।ଉକ୍ତ ସଭାରେ ବିଦ୍ୟାଳୟର ସଭାପତି ପ୍ରାକ୍ତନ ଶିକ୍ଷକ ଶଶିକାନ୍ତ ପ୍ରଧାନ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ,ଜଳେଶ୍ବର ତହସିଲଦାର ଯୋଗ ଦେଇ,ଦୈନିକ ଗୀତା ପଠନ ଦ୍ୱାରା ବ୍ୟକ୍ତି, ସଂସ୍କାରିତ,ମାର୍ଜିତ ଓ ଆଦ୍ଧାତ୍ମିକ ବାଦି ହୋଇଥାଏ ବୋଲି ଶିକ୍ଷାର୍ଥୀ ଙ୍କୁ ପରାମର୍ଶ ଦେଇଥିଲେ।ଅନ୍ୟ ଅତିଥି ମଧ୍ୟରେ ପ୍ରାକ୍ତନ ଅଦ୍ଧକ୍ଷ ଜିତାରାମ ଦେ,ପ୍ରଧାନ ଶିକ୍ଷକ ଡଃ ଅଜିତ କୁମାର ମହାନ୍ତି, ଅନୁଷ୍ଠାନ ର ଉପସଭାପତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଦତ୍ତ,ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର, ମଞ୍ଚାସୀନ ହୋଇ ଗୀତା ଜ୍ଞାନ ସମ୍ପର୍କରେ ଆଲୋକପାତ କରିଥିଲେ।ଗୀତା ଆବୃତ୍ତି ପ୍ରତିଯୋଗିତା ରେ ସିନିୟର୍ ବିଭାଗ ରେ, ଜ୍ଯୋତିରାଦିତ୍ୟ ପତି, ଜୁନିୟର ବିଭାଗରେ,ଐଶ୍ୱର୍ଯ୍ୟା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ପୁୁରସ୍କୃତ ହୋଇଥିଲେ।ଗୁରୁଜୀ ଉମା ଶଙ୍କର ପାଳ ମଞ୍ଚ ସଞ୍ଚାଳନ କରିଥିବା ବେଳେ, ନରହରି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment