ବଲାଙ୍ଗିର : ୧୩/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରୀ ଗ୍ରାମ ଜଗନ୍ନାଥ ପଡ଼ାରେ ୩୯ ତମ ମହାଲକ୍ଷ୍ମୀ ପୂଜା ମହୋତ୍ସବ ଆୟୋଜିତ ହୋଇଯାଇଛି । ପୂଜାର୍ଚନା ପରେ ଗ୍ରାମର ପୁରୁଷ ମହିଳା ସ୍ଥାନୀୟ ବୁଢା କଟା( ମହା ବନ୍ଦ) ପୋଖରୀରୁ ଜଳ ଆଣି ଗାଁ ପରିଭ୍ରମଣ କରି ୧୦୮ କଳସ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ବୁଧବାର ରୀତିନୀତି ଅନୁଯାୟୀ ମହାଲକ୍ଷ୍ମୀଙ୍କ ୩୯ ତମ ପୂଜା ଆରମ୍ବ ହୋଇଯାଇଛି । ଚଳିତ ବର୍ଷ ମୁଖ୍ୟକର୍ତା ଭାବରେ ରମେଶ ପଧାନ ଏବଂ ତାଙ୍କ ଧର୍ମପତ୍ନୀ ନମିତା ପଧାନ ନିର୍ବାହ କରୁଥିବା ବେଳେ ପୂଜକ ଭାବରେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ ରହିଛନ୍ତି । ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମରେ ୧୧-୧୨-୨୩ (ବୁଧବାର) ଶଙ୍ଖକ୍ଷେତ୍ର ଭଜନ (ପୁରୀ ), ୧୨-୧୨-୨୪ (ଗୁରୁବାର) ଦରୁଆ ଆଦିବାସୀ ନୃତ୍ୟ ଗ୍ରୁପ (କୋରାପୁଟ ), ୧୩-୧୨-୨୪ (ଶୁକ୍ରବାର) ଭବାନୀ ଶଙ୍କର କଲା ପରିଷଦ (ବଲାଙ୍ଗିର ), ୧୪-୧୨-୨୪ (ଶନିବାର) ନାଟକ (ଝାରସୁଗୁଡା ), ୧୫-୧୨-୨୪ (ରବିବାର ) ରାମଲୀଳା (ନୟାଗଡ ) ରହିଛି । ମା ମହାଲକ୍ଷ୍ମୀ ପୂଜା କମିଟିରେ ମୁଖ୍ୟ ସଂଯୋଜକ ଶ୍ରୀୟା ବଲ୍ଲଭ ପାଣିଗ୍ରାହୀ, ଅଧ୍ୟକ୍ଷ ଆଦର୍ଶ ପାଣିଗ୍ରାହୀ, ମୁଖ୍ୟ ଉପଦେଷ୍ଟା ଲୋକନାଥ ରଣା, କମିଟି ମ୍ୟାନେଜର ବରୁଣ ପୁରୋହିତ, ମୁଖ୍ୟ ପରାମର୍ଶ ଦାତା କୃଷ୍ଣଚନ୍ଦ୍ର ପଧାନ,ସଭାପତି ରାମ ପଧାନ,ଉପ-ସଭାପତି ଦିନେଶ ପଧାନ, ସନ୍ତୋଷ ପଧାନ,ସମ୍ପାଦକ ପ୍ରଶାନ୍ତ ଗଡ଼ତ୍ୟା, ସହ-ସମ୍ପାଦକ ଅନୁରାଗ ପାଣିଗ୍ରାହୀ, ରାଜା ପୁରୋହିତ, ମନ୍ତୋଷ ପଧାନ,କୋଷାଧକ୍ଷ ଗୁଡ୍ଡୁ ବାରିକ,ସଚିବ ଦେବେନ୍ଦ୍ର( ଝୁନୁ )ସାହୁ, ପରୀକ୍ଷିତ ମାହାର, ଅଙ୍କିତ ପଧାନ,ପ୍ରଭାତ ରଣା, ରୁପଧର ସା ସହିତ ଗାଁର ଭଦ୍ରବ୍ୟକ୍ତି ତଥା ମଁlଙ୍କ ଭକ୍ତଗଣ ସାମିଲ ହୋଇ କଳସ ଯାତ୍ରାକୁ ସମାପନା କରିଥିଲେ।

Post a Comment