ଖପ୍ରାଖୋଲ ମହୋତ୍ସବ ପାଇଁ ଆର୍ତ୍ତତ୍ରାଣ ସୁନାନୀଙ୍କୁ କଂସ ବରଣ


ବଲାଙ୍ଗିର : ୧୦/୧୨ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ଖପ୍ରାଖୋଲରେ ହେବାକୁ ଥିବା ଖପ୍ରାଖୋଲ ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବା ପାଇଁ ଅଞ୍ଚଳର ଜଣାଶୁଣା ତଥା ବିଶିଷ୍ଟ କଳାକାର ଆର୍ତ୍ତତ୍ରାଣ ସୁନାନୀ ଯାଦବଙ୍କୁ କଂସ ବରଣ କରିଛନ୍ତି ଖପ୍ରାଖୋଲ ମହୋତ୍ସବ କମିଟି । ପ୍ରଥମେ ଗାଁର ଇଷ୍ଟଦେବୀ ଡୁମେରତଲେନ ମା ଙ୍କ ମନ୍ଦିର ପ୍ରାଙ୍ଗଣରେ ରୀତିନୀତିନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ସୁନାନୀଙ୍କୁ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଣ କରିଥିଲେ । ଚଳିତ ମହୋତ୍ସବ ଆସନ୍ତା ୬ ଜାନୁଆରୀ ରୁ ଆରମ୍ଭ ହେବାକୁ ଥିବାବେଳେ ୧୨ ପର୍ଯ୍ୟନ୍ତ ଚାଲୁରହିବ । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏବଂ ମହୋତ୍ସବ କମିଟି ମହଲରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଖୁସିର ଲହରୀ ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ କମିଟିର ସଭାପତି ବିନୟ ପଣ୍ଡା(ବୁଲୁ), ଉପ ସଭାପତି ଡୋଲାମଣି ଷାଣ୍ଢ, କୋଷାଧକ୍ଷ ରଞ୍ଜନ ସାହୁ, ସମ୍ପାଦକ ବାଦଲ ଦଣ୍ଡସେନା ସମେତ ସମସ୍ତ କମିଟିବୃନ୍ଦ ଉପସ୍ଥିତ ଥିଲେ ।

Post a Comment

Previous Post Next Post