ବେଲପଡା : ୮/୧୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ଧୁମାଭଟା ଗ୍ରା.ପ. ର କଲଚିକଛାର ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ତହସିଲ କାର୍ଯ୍ଯଲୟ ରେ ତହସିଦାର ଉପସ୍ଥିତ ନଥିବାରୁ ବିଭାଗୀୟ ଅଧିକାରୀ ଦିଲ୍ଲିପ କୁମାର ମିଶ୍ରକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି କଳଚିକଛାର ଗ୍ରାମବାସୀ । ରାଜ୍ଯ ସରକାରଙ୍କ ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୁଝାରୀ ନିଜ ମୁହଁରେ କହିଛନ୍ତି କୈଣସି ପଡା ଆଉ ପଡା ହିସାବରେ ରହିବ ନାହିଁ ସବୁ ପଡା ସାହି କୁ ରାଜସ୍ବ ଗ୍ରାମ କରିବାକୁ କହିଛନ୍ତି। ଳଚିକଛାର ଗାଁ ଧୁମାଭଟା ଗ୍ରା.ପ.ରୁ ଦୂରତା ୪ କି.ମି. ଦୂରତାରେ ଅବସ୍ଥିତ ।
ଗାଁରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ସରକାର ଠାରୁ ଆସୁଥିବା ମୌଲିକ ଅଧିକାର,ସରକାରୀ ଯୋଜନାରୁ ସବୁ ବେଲେ ବାଦ ପଡୁଛନ୍ତୁ,ଯେତେବେଲେ ଭୋଟ ଆସେ ସେହି ସମୟ ରେ ଲୋକେ ଏବଂ ଅନେକ ବୃଦ୍ଧାମାନେ ନିଜର ମତଦାନ ମଧ୍ଯ୍ଯ କରିପାରନ୍ତି ନାହିଁ । ଗ୍ରାମ ଗୋଟିଏ ପ୍ରାଥମିକ ବିଦ୍ଯାଲୟ ଏବଂ ମିନି ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ଯ ରାଜସ୍ବ ଗ୍ରାମ ହେବାପାଇଁ ବହୁତ ଦିନରୁ ଦାବୀ କରି ଆସୁଛନ୍ତି ଗ୍ରାମବାସି । ଦାବିପତ୍ର ଦେବା ସମୟରେ ଉପସ୍ଥିତ ଧୁମାଭଟା ସରପଞ୍ଚ ବନମାଲୀ ନାଏକ,ବରୁଣ ରାଉତ,ଚୈତନ ବୁଡେକ, ନାରାୟଣ ପସାଏତ୍,ବାଲେଶ୍ବର ରାଉତ ଶମ୍ଭୁ ମଲ୍ଲିକ,ଧର୍ମରାଜ ଠାକୁର, ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment