ସିନାପାଲି (ପରମେଶ୍ୱର ମେହେର) ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନପଦର ଠାରେ ଫସଲ ବିବିଧିକରଣ ଯୋଜନା ସହାୟତାରେ କୃଷିବିଭାଗ ନୂଆପଡା ଓ ଲୋକଦୃଷ୍ଟି ସିନାପାଲି ଆନୁକୂଲ୍ୟରେ ପ୍ରକଳ୍ପ ସ୍ତରୀୟ ଅଣଧାନ ରନ୍ଧନ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ୬ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜସ୍ୱ ପ୍ରସ୍ତୁତି ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ସମିତି ସଭ୍ୟ ମନୀଷ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଗୋଷ୍ଠୀ କୃଷି ଅଧିକାରୀ ଦୀପ୍ତିମୟୀ ବାରିକ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସହକାରୀ କୃଷି ଅଧିକାରୀ ତପସ୍ୱିନୀ ମାଝୀ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସ୍ୱାଗତିକା ବାଗ, ବ୍ଲକ ସଂଯୋଜକ ଇଭିଆ ନନ୍ଦଙ୍କ ସମେତ କୃଷି ବିଭାଗୀୟ ସମସ୍ତ ଅଧିକାରୀ ସାମିଲ ଥିଲେ। ମଞ୍ଚଆସିନ ଅତିଥି ମାନେ ଅଣଧାନ ଫସଲ ଓ ତାର ଉପକାରିତା ଉପରେ ବିଶେଷ ମତବ୍ୟକ୍ତ କରିଥିଲେ। ଏହି ପ୍ରକଳ୍ପ ଦ୍ଵାରା ସ୍ବାସ୍ଥ୍ୟ ର ଉନ୍ନତି , ଜଳ ର ସୁବିନିଯୋଗ , ପୃଷ୍ଟି ସୁରକ୍ଷା ଓ କୃଷକ ଙ୍କ ଆୟ ବୃଦ୍ଧି ହୋଇ ପାରିବ ତା ଉପରେ ଉପସ୍ଥିତ ଚାଷୀ ଓ ଅଂଶ ଗ୍ରହଣ କାରୀ ମାନଙ୍କୁ ସଚେତନ କରାଇଥିଲେ । ଅଣଧାନ ଫସଲ ଚାଷ କରିବା ସହିତ କିପରି ବିଭିନ୍ନ ଦ୍ରବ୍ୟ ଗୁଡିକୁ ପ୍ରକ୍ରିୟାକରଣ କରିବେ ଓ ନିୟମିତ ଖାଦ୍ୟ ଭାବରେ ଗ୍ରହଣ କରିବେ ତାହା ଖାଦ୍ୟ ପ୍ରତିଯୋଗିତା ମାଧ୍ଯମ ରେ ପ୍ରଦର୍ଶନ କରଯାଇଥିଲା । ପ୍ରତିଯୋଗୀ ମାନେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତି ସହ ପ୍ରଦର୍ଶନ କରିଥିଲେ । ମାଣ୍ଡିଆ ରେ ତିଆରି କ୍ଷୀରି, ପିଠା,ଜିଲେପି
କେକ, ପକୋଜି, ସମସା, ଆଲୁଚପ, ମୁଗ ବରା, ଡାଲି ଜାତୀୟ ଲଡ଼ୁ, ଆରିସା ପିଠା, ମାଲପୁଆ, ଚକୁଳି, ଗୁରଜୀ କୁଣା, ଗୁର୍ଜି ଓ ଖେଡ ଜହ୍ନା ପ୍ରଭୃତି ଅନେକ ପ୍ରକାରର ବିଭିନ୍ନ ବ୍ୟଞ୍ଜନ ପ୍ରଦର୍ଶନ କରିଥିଲେ । ଏକ ଅଭିଜ୍ଞତା ସଂମ୍ପନ୍ନ ବିଚାରକ ମଣ୍ଡଳୀ ଦ୍ୱାରା ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଓ ମାନ ପରୀକ୍ଷା କରିବା ସହ ନିରୀକ୍ଷଣ କରିଥିଲେ । ପ୍ରତିଯୋଗିତାରେ ବିଶ୍ୱ ମାଁ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵିତୀୟ, ଓ ଶିବାନୀ ସ୍ୱୟଂ ସହାୟକ ଗୋଷ୍ଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ପ୍ରିୟଦର୍ଶନୀ ସ୍ୱୟଂ ସହାୟକ ଗୋଷ୍ଠୀ, ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମାତୃଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଥିଲେ। ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
Post a Comment