ସନାତନ ଧର୍ମର ସର୍ବବୃହତ୍ ମହାଯଜ୍ଞ


କାକଟପୁର (୨୮/୧୧) ଅଯୋଧ୍ୟା କାରସେବକପୁରମ୍ ରେ ୧୮ ଅକ୍ଟୋବର ଠାରୁ ୧ ଜାନୁଆରୀ ପର୍ଯ୍ୟନ୍ତ ଦୀର୍ଘ ୪୫ ଦିନ ଧରି ସମଗ୍ର ଭାରତ ବର୍ଷର ଭିନ୍ନ ଭିନ୍ନ ପ୍ରଦେଶ ରୁ ପଣ୍ତିତ ମାନଙ୍କୁ ନେଇ ଶ୍ରୀ ମହା ନାରାୟଣ ଦିବ୍ୟ ରୁଦ୍ର ସହିତ ଶତସହସ୍ର ଚଣ୍ଡୀ ବିଶ୍ଵଶାନ୍ତି ମହାଯଜ୍ଞ ମହା ସମାରୋହରେ ଆରମ୍ଭ ହୋଇ ଯାଇଛି। ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ,ଚିନ୍ମୟ ସେବା ଟ୍ରଷ୍ଟ ଆନୁକୁଲ୍ୟରେ ବ୍ରହ୍ମର୍ଷି ଜ୍ଞାନ ମଣ୍ଡ୍ରା ବେଣୁ ଗୋପାଳ ଗୁରୁଜୀ ,ବ୍ରହ୍ମର୍ଷି ଜ୍ଞାନ ମଣ୍ଡ୍ରା ସୁବ୍ରମଣ୍ୟମ ଶର୍ମାଜୀ (ଚେୟାର ମ୍ୟାନ୍ ଚିନ୍ମୟ ସେବା ଟ୍ରଷ୍ଟ ବିଜୟ ନଗରମ୍।) ବ୍ରହ୍ମର୍ଷି ଜ୍ଞାନ ମଣ୍ଡ୍ରା ଶ୍ରୀନିବାସ ଶର୍ମା ଜୀ ଆଚାର୍ଯ୍ୟ ଭାବେ ଯଜ୍ଞ ପରିଚାଳନା କରୁଛନ୍ତି। ପଣ୍ଡିତ ରାମକୃଷ୍ଣ ମିଶ୍ରଙ୍କ ଆବାହକତ୍ଵ ରେ ଓଡ଼ିଶା ବୈଦିକ ବ୍ରାହ୍ମଣ ପରିଷଦର ପଣ୍ଡିତ ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ ଓ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର ଙ୍କ ସହିତ ଓଡ଼ିଶା ବୈଦିକ ବିଦ୍ୱାନ୍ ମାନଙ୍କ ଉପସ୍ଥିତି ରେ,ଉତ୍ତରପ୍ରଦେଶ, ପଞ୍ଜାବ, ଆସାମ, ହିମାଚଳ ପ୍ରଦେଶ ରୁ ସହସ୍ରାଧିକ ପଣ୍ତିତ ଏଥିରେ ସାମିଲ ଅଛନ୍ତି।ଏଥିରେ ଏକ ଲକ୍ଷ୍ୟ ଚଣ୍ଡୀ ପାଠ, ଦିବ୍ୟ ରୁଦ୍ର ଅନୁଷ୍ଠାନ, ଶ୍ରୀ ଚଣ୍ଡୀ ନବମାବରଣ ଅର୍ଚ୍ଚନ, ଶ୍ରୀ ରାମ ଦଶମାବରଣ ଅର୍ଚ୍ଚନା, ଦଶ ମହାବିଦ୍ୟା ପୂଜା, ନବଗ୍ରହ ଅର୍ଚ୍ଚନା ରାମାୟଣ, ଦେବୀଭାଗବତ, ଶ୍ରୀମଦ୍ଭାଗବତ, ବିଷ୍ଣୁ ସହସ୍ର ନାମ, ଚତୁର୍ବେଦ ପାରାୟଣ ,ଲକ୍ଷ୍ମୀ ଗଣପତି, ସୁବ୍ରମଣ୍ୟମ, ଆଦି ବୈଦିକ ଅନୁଷ୍ଠାନ ହେଉଛି। ଏଥିରେ ୪୯ ଟି ଯଜ୍ଞ କୁଣ୍ଡ ରେ ଆହୂତି ପ୍ରଦାନ କରାଯାଉଛି। ୪ ଥାକ ବିଶିଷ୍ଟ ୧୦୮ହାତ ମାପକ ଯଜ୍ଞ ଶାଲା ନିର୍ମାଣ କରାଯାଇଛି ଯଥାକ୍ରମେ ପ୍ରଧାନ ଯଜ୍ଞଶାଳା ଯେଉଁଥିରେ ମା ଚଣ୍ଡୀଙ୍କର ବିଗ୍ରହ ସ୍ଥାପନ ପୂର୍ବକ ମହାକାଳୀ ମହାଲକ୍ଷ୍ମୀ ମହସରସ୍ୱତୀ ଅର୍ଚ୍ଚନା ହେଉଛନ୍ତି।ଋଦ୍ର ଯଜ୍ଞଶାଳା ଚଣ୍ଡୀ ଯଜ୍ଞଶାଳା ମହା ନାରାୟଣ ଯଜ୍ଞଶାଳା ।ମୁଖ୍ୟ ଆଚାର୍ଯ୍ୟ ସୁବ୍ରମଣ୍ୟମ ଶର୍ମlଜୀ ସମସ୍ତ ଭକ୍ତ ମାନଙ୍କୁ ଶୁଭେଚ୍ଛା ଶୁଭକାମନା ପ୍ରଦାନ ପୂର୍ବକ ସମସ୍ତେ ଆସି ଅଯୋଧ୍ୟା ନଗରୀରେ ଦିବ୍ୟ ମହାଯଜ୍ଞ ଦର୍ଶନ, ଶ୍ରୀ ରାମ ଲାଲା ଙ୍କ କୃପା ଲାଭ ନିମିତ୍ତ ଆଗ୍ରହ ପ୍ରକାଶ କରିଛନ୍ତି।

Post a Comment

Previous Post Next Post