କଳାହାଣ୍ଡି ୨୭/୧୧ (ଧିରେନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଗ୍ରାମର ଯୁବ ସମାଜସେବୀ ଶ୍ରୀ ଯଶୋବନ୍ତ ରଣା ବର୍ଷ ୨୦୨୪ ପାଇଁ ମିଥିଲା ଯୁବ ସମ୍ମାନ ପାଇବେ । ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ବିହାର ରାଜ୍ୟ ମଧୁବନ ଜିଲ୍ଲାର ଦରଭଙ୍ଗା ଠାରେ ଆୟୋଚି ୟୁଵା ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମ ରେ ଏହି ସମ୍ମାନ ଗ୍ରହଣ କରିବେ।
ସୂଚନା ଅନୁସାରେ ବିହାର ରାଜ୍ୟ ମଧୁବନ ଜିଲ୍ଲାର ଆୟୋଚି ୟୁଵା ଫାଉଣ୍ଡେସନ ଦ୍ୱାରା ପ୍ରତିବର୍ଷ ଭାରତ ର ୧୫ ଜଣ ଦକ୍ଷ ଯୁବ ସ୍ବେଛାସେବୀ ଙ୍କୁ ସମ୍ମାନିତ କରାଯାଏ । ଏହି କ୍ରମରେ ଏହି ବର୍ଷ ମଧ୍ୟ ଭାରତ ର ୧୫ ଜଣ ଯୁବ ସମାଜସେଵୀ ଙ୍କୁ ସମ୍ମାନିତ କରାଯିବ । ଯଶୋବନ୍ତ ରଣା ଗତ ୮ ବର୍ଷ ହେଲା ସମାଜସେବା ରେ ନିଜକୁ ସକ୍ରିୟ କରି କଳାହାଣ୍ଡି ଜିଲ୍ଲା ସହ ସାରା ଓଡିଶା ରେ ନିଜ ଉଦ୍ୟମ ରେ ସମାଜରେ ଅବହେଳିତ ଙ୍କୁ ସହଯୋଗ କରୁଛନ୍ତି । ଶ୍ରୀ ରଣା ମୁଖ୍ୟତଃ ଅନାଥ ଶିଶୁ ମାନଙ୍କ ସୁରକ୍ଷା ଓ ସେମାନଙ୍କ ଶିକ୍ଷା, ଅଧାରୁ ପାଠ ଛାଡ଼ିଥିବା ଶିଶୁ ଙ୍କୁ ସ୍କୁଲ ଫେରେଇବା, ଶିଶୁ ମାନଙ୍କ ଅଧିକାର, ଦିବ୍ୟାଙ୍କ ଅଧିକାର ପାଇଁ କାର୍ଯ୍ୟ କରନ୍ତି । ତାଙ୍କ ସହଯୋଗ ରେ କଳାହାଣ୍ଡି ଜିଲ୍ଲା ର ୧୦୦ ରୁ ଉର୍ଦ୍ଧ ଅନାଥ ଶିଶୁ ବିଭିନ୍ନ ଆଶ୍ରାମରେ ରହି ପାଠ ପଢି ପାରୁଛନ୍ତି । ୨୦ ରୁ ଉର୍ଦ୍ଧ ଅଧା ରୁ ପାଠ ଛାଡ଼ିଥିବା ଶିଶୁ ପୁଣିଥରେ ସ୍କୁଲ ଫେରିଛନ୍ତି । କଲେଜ ରେ ଆଡ଼ମିସନ କରିପାରୁନଥିବା ୩୦ ରୁ ଉର୍ଦ୍ଧ ଶିଶୁ ଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ କଲେଜ ରେ ଆଡ଼ମିସନ କରିଦେଇଛନ୍ତି । କରୋନା ସମୟରେ ଫ୍ରି ରେ ମାସ୍କ ବଣ୍ଟନ, ଦିବ୍ୟାଙ୍ଗ, ଅସହାୟ ଙ୍କୁ ଫ୍ରି ରାସନ ବଣ୍ଟନ ମଧ୍ୟ କରିଥିଲେ । କରୋନା ସମୟରେ ରାଜ୍ୟ ସରକାର ଙ୍କ "ଆଶୀର୍ବାଦ" ଯୋଜନାରେ ୧୦୦ ରୁ ଉର୍ଦ୍ଧ ଶିଶୁ ଙ୍କୁ ଏହି ଯୋଜନାରେ ସାମିଲ କରିଛନ୍ତି । ଏହିଭଳି କାର୍ଯ୍ୟ କରି ଶ୍ରୀ ରଣା ବିଭିନ୍ନ ସମୟରେ ଜିଲ୍ଲା ଓ ବାହାରେ ବେଶ ଚର୍ଚ୍ଚା ହୋଇଛନ୍ତି । ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଅନୁଷ୍ଠାନ ରୁ ମଧ୍ୟ ପୁରସ୍କାର ପାଇଛନ୍ତି । ଆଜି ଆୟୋଚି ଯୁବ ଫାଉଣ୍ଡେସନ ଦ୍ୱାରା ସଦ୍ୟ ପ୍ରକାଶିତ ଲିଷ୍ଟ ରେ ଯଶୋବନ୍ତ ରଣା ଙ୍କ ନାମ ପ୍ରକାଶିତ ହୋଇଛି । ଶ୍ରୀ ରଣା ଯୁବ ସମ୍ମାନ ପାଇବାପାଇଁ ମନୋନୀତ ହୋଇଥିବା ଜାଣି ତାଙ୍କୁ ବିଭିନ୍ନ ଅନୁଷ୍ଠାନ, କ୍ଲବ, ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣେଇଛନ୍ତି ।
Post a Comment