ନୂଆପଡ଼ା (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ପବିତ୍ର ବିଜୟ ଦଶମୀରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବରେ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ଲମ୍ବୋଦର ନିଆଳ ଯୋଗଦେଇ ଟିମନପୁର ହାଇସ୍କୁଲ୍ ପଡ଼ିଆରେ ଆୟୋଜିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ୧୪ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ, ଶ୍ରୀମତୀ ମନ୍ଦାକିନୀ ବଘେଲ, ସିନାପାଲି ଥାନା ବରପ୍ରାପ୍ତ ଅଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନ, ଶ୍ରୀଯୁକ୍ତ କୁଳଚନ୍ଦ୍ର ନାୟକ ( ଟିମନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ), ସତ୍ୟ ଗହିର(ନିଲଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ), ଶ୍ରୀଯୁକ୍ତ ସୌଦାଗର ସାହୁ(ପୂର୍ବତନ ସମିତି ସଭ୍ୟ), ସତ୍ୟନାରାୟଣ ଦଣ୍ଡସେନା (ପୂର୍ବତନ ସଭାପତି ଦୁର୍ଗାପୂଜା କମିଟି), ଦୁର୍ଗାପୂଜା କମିଟିର କର୍ତ୍ତା ରାଇଧର ଖର୍ସେଲ ଓ ତାଙ୍କ ଧର୍ମପତ୍ନୀ ଖେମେ ଖର୍ସେଲ ବୈକୁଣ୍ଠ ଦଣ୍ଡସେନା (ସଭାପତି) ଜକସନ୍ ଖର୍ସେଲ (ସମ୍ପାଦକ), ହିମାନ ମାଝି( କ୍ୟାସୀୟର),ନମ ତାଣ୍ଡି, ଶୁଭନାରାୟଣ ଦଣ୍ଡସେନା (ସମାଜସେବୀ),ସରୋଜ ଦଣ୍ଡସେନା, ଫୁଳଚନ ଦଣ୍ଡସେନା (ସମାଜସେବୀ), ଛବିଲାଲ ଦଣ୍ଡସେନା,ଜଗଦା ନୀଆଲ, ଭାଗତରାମ ମେହେର, ମୁକେଶ ଦଣ୍ଡସେନା,ଗଦାଧର ଦଣ୍ଡସେନା ଦଶରଥ ଦଣ୍ଡସେନାଙ୍କ ସମେତ ଆୟୋଜିତ ଉକ୍ତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।ଭଳିକି ଭଳି ଆତସବାଜି ଓ ବାଣ ରୋଷଣୀରେ ଝଲସି ଉଠିଥିଲା ପରିବେଶ । ଏହି କାର୍ଯ୍ୟକ୍ରମରେ ଦୁର୍ଗାପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ ଓ ସିନାପାଲି ପୋଲିସ୍ ପ୍ରଶାସନ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Post a Comment