ସିନାପାଲି ମେହେର ଯୁବା ମଂଚର ନୂଆଁଖାଇ ସହାୟତା ପ୍ରଦାନ


ସିନାପାଲି ୦୭/୦୯ (ପରମେଶ୍ବର ମେହେର) ଗଣପର୍ବ ନୂଆଁଖାଇ ପାଇଁ ସିନାପାଲି ଅଂଚଳ ଉତ୍ସବମୟ ଥିବା ବେଳେ ଏହି ପର୍ବକୁ ସମସ୍ତେ ଯେମିତି ଖୁସିରେ ପାଳନ କରିପାରିବେ ସେନେଇ ସ୍ଥାନୀୟ ମେହେର ଯୁବା ମଂଚ ପ୍ରୟାସ କରିଛି। ନୂଆଁଖାଇ ପାଇଁ ନୂଆଁ ପୋଷାକ, ପିଠାପଣା ଆଦି ସହ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ପଡ଼ୁଥିବା ବେଳେ ଆର୍ଥୀକ ସମସ୍ଯା କାରଣରୁ ଅନେକ ଗରୀବଗୁରୁବା ଏସବୁଥିରୁ ବାଦ ପଡ଼ି ଥାଆନ୍ତି । ତେବେ ଗତ ଦୁଇବର୍ଷ ହେଲା ଏମିତି କିଛି ଅସହାୟଙ୍କୁ ଠାବ କରି ନୂଆଁଖାଇ ପୂର୍ବରୁ ସିନାପାଲି ମେହେର ଯୁବା ମଂଚର ସଦସ୍ଯମାନେ ସେମାନଙ୍କୁ ଆବଶ୍ଯକ ନୂଆଁ କପଡ଼ା ଓ କିଛି ଆର୍ଥୀକ ସହଯୋଗ ଯୋଗାଇ ଆସୂଛନ୍ତି । ଏହି କ୍ରମରେ ଗତ ଶୁକ୍ରବାର ଦିନ ଯୁବା ମଂଚ ତରଫରୁ ସିନାପାଲିର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସହଯୋଗ କରାଯାଇଛି । ଯୁବା ମଂଚର ଏଭଳି କାର୍ଯ୍ଯକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଉଚ୍ଚ ପ୍ରଶଂସା କରାଯାଇଛି ।

Post a Comment

Previous Post Next Post