ସିନ୍ଧେକେଲା,୮/୯ (ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୋନ ଅନ୍ତର୍ଗତ ଭୁସଲାଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନିର୍ମଳ ଜଳ ଓ ଘରେ ପାଇଖାନା ବ୍ୟବହାର ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର ଲୋକମାନଙ୍କୁ ସଚେତନ କରାଯାଇଛି । ପ୍ରଧାନ ଶିକ୍ଷକ ବି. ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଓଡିଶୀ ସଂଗୀତ ଗୁରୁ ରବିନ୍ଦ୍ର ସାଏ ଓ ତାଙ୍କ ଶିଷ୍ୟ ନୃତ୍ୟ ଶିଳ୍ପୀ ଆରତୀ ଆଡ଼ଜୁଆଡ଼ ସୁସଜ୍ଜିତ ହୋଇ ନିର୍ମଳ ଜଳ ପାନ କରିବା ଘରେ ସମସ୍ତେ ପାଇଖାନା ବ୍ୟବହାର କରିବା , ନିତିଦିନ ମଶାରୀ ଟାଣି ଶୋଇବା ଆଦି ଉପରେ ଗୀତ ଲୋକନୃତ୍ୟ ଓ ଚୁଟକୁଲା ମାଧ୍ୟମରେ ସଚେତନ ସୃଷ୍ଟି କରିଥିଲେ । ବିଦ୍ୟାଳୟର ଛାତ୍ରୀ ଖୁସବୁ ଵଂଛୋର , ସନ୍ଧ୍ୟା , ହିନା ଵଂଛୋର , ଚାନ୍ଦିନୀ , ଲିନା , ଜିନା ଖରସେଲ , ପୂଜା , କଲ୍ୟାଣି ଭୋଇ , ରଶ୍ମିତା , ରେବତୀ , ତୁଳସା , ଜନନୀ , ପ୍ରୀତି ରତେଲ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ ।ସେହିପରି ଗୁଲମୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀ ଦ୍ୱାରା ଗୀତ ନୃତ୍ୟ ମାଧ୍ୟମରେ ନିର୍ମଳ ଜଳ ଓ ପାଇଖାନା ବ୍ୟବହାର ଉପରେ ସଚେତନ କରାଯାଇଥିଲା । ଛାତ୍ରୀ ଲୋଚନା ମାଝୀ , ସୁନିତା ପୁଟେଲ , ସୁରଭି ସାହୁ , କୁନ୍ତୀ ବାଗ , ଯଶୋବନ୍ତି ମାଝି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଲୋକଙ୍କୁ ସଚେତନ କରିଥିଲେ । ଛାତ୍ରୀ ଅନିତା ଆଡ଼ଜୁଆଡ଼ ଙ୍କୁ ବିଦ୍ୟାଳୟ ପକ୍ଷରୁ ଏକ ପ୍ରମାଣ ପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶିକ୍ଷକ ମୁକୁନ୍ଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ପଟ୍ଟନାୟକ ସହ ଅନ୍ୟ ଶିକ୍ଷକ ମାନେ ସହଯୋଗ କରିଥିଲେ ।

Post a Comment