ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଜରୁରୀ ବୈଠକ ଅନୁଷ୍ଠିତ


ଖଡ଼ିଆଳ ୦୫/୦୯ (ବିରବଲ ପ୍ରଧାନ) ଆଜି ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ପ୍ରମୁଖ  କର୍ମକର୍ତା ଙ୍କୁ ନେଇ ଜିଲ୍ଲା ଆବହାକ ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ଖଡ଼ିଆଳ ସ୍ଥିତ ଅଗ୍ରସେନ୍ ଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ନୂଆପଡା ଜିଲ୍ଲାର ଶ୍ରମିକ ବର୍ଗ ର ବିଶେଷ କରି ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, ମନରେଗା  ଶ୍ରମିକ, କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ ବର୍ଗ ର ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ , ସଙ୍ଗଠନ ର ଦୃଢ଼ତା ଓ ସକ୍ରୀୟତା , ନୂଆପଡା ଜିଲ୍ଲା କୁ ଦାଦନ ମୁକ୍ତ କରିବା ସହିତ ସ୍ବତନ୍ତ୍ର ପେଲେଜ୍ ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଖରିଆର ରୋଡ଼ ରୁ ନୂଆପଡା ଜିଲ୍ଲା ସଦର ମହକୁମା କୁ ତୁରନ୍ତ ସ୍ଥାନାନ୍ତରଣ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ପଦବୀ ପୂରଣ, ପ୍ରତ୍ୟେକ ବ୍ଲକ୍ ରେ ଶ୍ରମ ଅଧିକାରୀ ନିଯୁକ୍ତି, ନିର୍ମାଣ ଶ୍ରମିକ ଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ, ଜିଲ୍ଲାରେ ତୁରନ୍ତ ଦାଦନ ଟାସ୍କ ଫୋର୍ସ କମିଟି ଗଠନ ଇତ୍ୟାଦି ଦାବୀ ହାସଲ ପାଇଁ ମହାସଂଘ ର ଆଗାମୀ କାର୍ଯ୍ୟପନ୍ଥା ଅବଲମ୍ବନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।


ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମାଧ୍ୟମ ରେ  ଶ୍ରମିକ ଙ୍କ ସମସ୍ୟା, ମହାସଂଘ ର ସାଂଗଠାନିକ  ଦୃଢ଼ତା ଓ ବିସ୍ତାର ଓ ଆଗାମୀ କାର୍ଯ୍ୟପନ୍ଥା ସହିତ ଭେଟଘାଟ ହେବ ବୋଲି ମହାସଂଘର କର୍ମକର୍ତା ମାନେ ମତ ପ୍ରକାଶ କରିଥିଲେ। ନୂଆଖାଇ ପର୍ବ ପରେ ପରେ ସେପ୍ଟେମ୍ବର ଦଶ ରୁ ଅଠର ତାରିଖ ମଧ୍ୟରେ ଜିଲ୍ଳାର ପାଞ୍ଚ ଟି ବ୍ଲକ୍ ର ବୈଠକ ସମାପ୍ତ କରି ସେପ୍ଟେମ୍ବର କୋଡ଼ିଏ ତାରିଖ ରୁ ପଚିଶ ତାରିଖ ମଧ୍ୟରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ଆପାତତଃ ସ୍ଥିର ହେଲା।ଏହି ବୈଠକ ରେ ମହାସଂଘ  ର ଉପଦେଷ୍ଟା ଶ୍ରୀ କେଶବ ବେହେରା, ସହ ଆବାହକ ପ୍ରଦୀପ ଦଣ୍ଡସେନା ଓ ଭକ୍ତବନ୍ଧୁ ଧରୁଆ, ଶୁକ୍ଲାମ୍ବର୍ ନିଆଲ୍,ସୁଖ ଦେବ୍ ସାହୁ, ଚୈତନ୍ୟ ତାଣ୍ଡି, ଜ୍ଞାନରଞ୍ଜନ ସାହୁ, ଭାରତ ମାଝୀ, ଅନିରୁଦ୍ଧ ନାଗ, ଜ୍ଞାନେଶ୍ୱର୍ ବାଗ, ପୁସ୍ତମ୍ ମଶ୍ରା, କୋଦଣ୍ଡ ରାଉତ ରାୟ,ବାବୁଲାଲ ମାଝୀ, ପ୍ରେମଲାଲ ନାଏକ, ପରମାନନ୍ଦ ହଂସ, ବଲଧର୍ କେତକୀ, ଦିଗାମ୍ବର ମାଝୀ, ଗଜପତି ବନଛୋର, କୁଞ୍ଜ ବିହାରୀ କଟା ଙ୍କ ସହିତ ପଚାଶ ରୁ ଉର୍ଦ୍ଧ୍ବ ବିଭିନ୍ନ ଟ୍ରେଡ ୟୁନିଅନ ର କର୍ମକର୍ତ୍ତା ସାମିଲ୍ ହେଇଥିଲେ।

Post a Comment

Previous Post Next Post