ଗରିବ ଝିଅ ର ସଫଳତା


ଜଳେଶ୍ବର,୧୧/୬ (ଜଗନ୍ନାଥ ଗୋଛାୟତ) ଚଳିତ ବର୍ଷ ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମପଞ୍ଚାୟତର ଖରଦିଚକ୍ ଗ୍ରାମର ପିତା ଅଭିଜିତ୍‌ ଜେନା,ମାତା ସବିତା ଜେନାଙ୍କର କନ୍ୟା ମଧୁସ୍ମିତା ଜେନା ଆନନ୍ଦମୟୀ ମହିଳା ମହାବିଦ୍ୟାଳୟରେ (ଦହମୁଣ୍ଡା) କଳାରେ ସର୍ବମୋଟ୍ ୪୩୮ ମାର୍କ ରଖିଛନ୍ତି । ବିଶେଷ ଭାବରେ ମଧୁସ୍ମିତା ତର୍କଶାସ୍ତ୍ର ବିଷୟରେ ୧୦୦/୯୧ ମାର୍କ ରଖିଛନ୍ତି ଏହି ସଫଳତାର ଶ୍ରେୟ ସରସ୍ଵତୀ କୋଚିଂ ସେଣ୍ଟର ର ମୁଖ୍ୟ ସଂଞ୍ଜିତ ଜେନା , ରାଜେଶ୍ ଜେନା, ଭୂଦେବ ପଣ୍ଡା,ମିତାରାଣୀ ଜେନା ଓ ସତ୍ୟରଞ୍ଜନ ସାମଲ ଏବଂ ଦହମୁଣ୍ଡା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ମଧୁସ୍ମିତା ବାରବାଟିଆ ସ୍ଥିତ ସରସ୍ଵତୀ କୋଚିଂ ସେଣ୍ଟର ରୁ ଅତିରିକ୍ତ ଶିକ୍ଷାଦାନ ନେଉଥିଲେ। ସେ ସରସ୍ଵତୀ କୋଚିଂ ସେଣ୍ଟରକୁ ଏକ ଉନ୍ନତମାନର ଶିକ୍ଷାନୁଷ୍ଠାନ ବୋଲି ମତ ପ୍ରକାଶ କରିଛନ୍ତି । ଓ ଭବିଷ୍ୟତରେ ତାଙ୍କ ବଡ଼ ଭାଇ ରାଜେଶ୍ ଜେନା ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି , ମଧୁସ୍ମିତା କୁ କୋଚିଂ ସେଣ୍ଟର ପକ୍ଷରୁ ଓଷ୍ଠା ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦୁ ବିକାଶ ପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

Post a Comment

Previous Post Next Post