କଣ୍ଟାବାଞ୍ଜି ୦୫/୦୯ (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଞ୍ଚଳିକ ସାଧନକେନ୍ଦ୍ର କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ମହାଆଡମ୍ବର ରେ ପାଳିତ ହୋଇ ଯାଇଛି। ଉକ୍ତ ସଭାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାହିତ୍ୟ ଅକାଦେମୀ ଦିଲ୍ଲୀ ଦ୍ବାରା ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ପବିତ୍ର ଅବସରରେ ଶିକ୍ଷକ ଭାବେ ପ୍ରଥମ ନିଯୁକ୍ତି ପାଇଥିବା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନନୀୟ ଶ୍ରୀଯୁକ୍ତ ଦିନେଶ ମହାନନ୍ଦ, କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନନୀୟା ଶ୍ରୀମତୀ ସବିତା ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମାନନୀୟ ଶ୍ରୀଯୁକ୍ତ ଯୁଧିଷ୍ଠିର ଯୋଶୀ, ବିଶିଷ୍ଠ ଶିଶୁ ସାହିତ୍ୟିକ ମାନନୀୟ ଶ୍ରୀଯୁକ୍ତ ବିରଞ୍ଚିନାରାୟଣ ଦାଶ, ତଥା କଣ୍ଟାବାଞି .ଏନଏସି ର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଡ.ଷଡ଼ଙ୍ଗୀ ଙ୍କ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ।

Post a Comment