ଆରପାରି ରେ ମାନୁ ଅପା


କାକଟପୁର (ଅଲେଖ ବିଶ୍ଵାଳ) ଦିନେ ସାମ୍ବାଦିକଙ୍କ ଅତି ଆଦରର ଅଲିଅଳି ଭଉଣୀ ମାନୁ ଅପା ଆଜି ଆରପାରିରେ ଖବରଟି ଯେତିକି ହୃଦୟ ବିଦାରକ ସେତିକି ମର୍ମାହତ କରିଛି ଅସହାୟ, ଗରିବ,କ୍ଲାସରୁଟ୍ ବ୍ୟକ୍ତିଙ୍କ ସମ୍ବାଦ ଛାପିବାକୁ ପ୍ରୋତ୍ସାହିତ କରୁଥିବା ତୁଳାମାଳ ଗ୍ରାମର ରବିନ୍ଦ୍ର ଦାଶଙ୍କ ଝିଅ ଜଣାଶୁଣା ଚିକିତ୍ସକ ତଥା ଦୈନିକ ସମ୍ବାଦପତ୍ର ସକାଳ ର ପ୍ରତିନିଧି ଯୁବ ସାମ୍ବାଦିକ ପ୍ରକାଶ କୁମାର ଦାଶଙ୍କ ଧର୍ମପତ୍ନୀ ପ୍ରେରଣାର ଉତ୍ସ ବ୍ରହ୍ମମୟୀ ଦାଶ ଓରଫ ମାନୁ ଅପା ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୧୦.୧୫ ମିନିଟ୍ ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ବ୍ରହ୍ମ ଚିହ୍ନୁ ଥିବା ବ୍ରହ୍ମମୟୀ ଦାଶ ଓରଫ ମାନୁ ଅପା ଙ୍କ ଦୁଃଖଦ ଖବର ପ୍ରସାରିତ ହେବା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମାନୁ ଅପା ସାମ୍ବାଦିକଙ୍କ ସମ୍ବାଦ ପାଲଟିଯିବେ କେହି ବିଶ୍ବାସ କରିନଥିବା ବେଳେ ସାମ୍ବାଦିକଙ୍କୁ ସମ୍ବାଦ ଲେଖିବା ସେତିକି କଷ୍ଟସାଧ୍ୟ ହୋଇପଡିଥିଲା। ମାନୁ ଅପା ଙ୍କୁ ଶେଷ ଦର୍ଶନ କରିବା ପାଇଁ ନିଜ ବାସଭବନରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ବଜାର ପରିକ୍ରମା ପରେ ପୁରୀ ସ୍ବର୍ଗଦ୍ବାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏକମାତ୍ର ପୁତ୍ର ସନ୍ତାନ ଅଲବ୍ୟ ଅନୁରାଗ ମୁଖାଗ୍ନି ଦେଇଥିବା ବେଳେ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।ଶୋକସନ୍ତପ ପରିବାରକୁ ଦୈନିକ ସମ୍ବାଦପତ୍ର (ରାଜ୍ୟ ସରକାରଙ୍କ ଅନୁମୋଦିତ ) ପରିବାର ପକ୍ଷରୁ ସମବେଦନା ଜଣାଇଛନ୍ତି।

Post a Comment

Previous Post Next Post