ଖପ୍ରାଖୋଲ ୨/୯ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅର୍ନ୍ତଗତ ଭାନପୁର ପଞ୍ଚାୟତ ଚାବିରିପାଲି ଗାଁରେ ସ୍ବାମୀ ଓ ସ୍ତ୍ରୀ ଙ୍କୁ ଦନ୍ତାହାତୀ ଦଳି ଦେବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ମାନେ ହେଲେ ନିଳାମ୍ବର ବରିହା (54),ଓ ଯଶୋବନ୍ତୀ ବରିହା ( 50) ବୋଲି ହରିଶଙ୍କର ବନବିଭାଗ ତରଫରୁ ଜଣାପଡିଛି ।
ସୂଚନାନୁଯାୟୀ, ଗତ ରବିବାର ଦିନ ମଧ୍ୟରାତ୍ର ସମୟରେ ଜଙ୍ଗଲରୁ ଏକ ଦନ୍ତାହାତୀ ପଲ ଚାବିରିପାଲି ଗାଁ କୁ ଧସେଇ ଆସିବା ସହ ଲୋକଙ୍କ ଘର ଓ ବିଭିନ୍ନ ଜିନିଷପତ୍ର ଭାଙ୍ଗି ନଷ୍ଟ କରିଦେଇଥିବା ଅଭିଯୋଗ ହେଉଛି। ପରେ ଗାଁର ପାଖ ଜଙ୍ଗଲରେ ରହୁଥିବା ନିଳାମ୍ବର ବରିହା ଙ୍କ ଘରକୁ ଯାଇ ଘର ଭାଙ୍ଗିବା ସହ ଘରୁ ଟାଣି ଆଣି ସ୍ବାମୀ ସ୍ତ୍ରୀ ଙ୍କୁ କଚାଡି ଦେଇ ମାରିଦେଇ ଘରେ ଥିବା ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଖାଇ ଦେଇ ଥିବା ସୂଚନା ମିଳିଛି। ଘରଟା ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଘଟଣା ବିଷୟରେ ହରିଶଙ୍କର ବନାଞ୍ଚଲଧିକାରୀ ଅରବିନ୍ଦ ନାଏକ ଖବର ପାଇ ବନକର୍ମଚାରି ମାନଙ୍କୁ ନେଇ ହାତିର ଗତି ବିଧି କୁ ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ପରେ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ କୁ ଜବତ୍ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ମୃତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣ ରେ ଦାବୀ ହେଉଛି। ସୂଚନାଯୋଗ୍ୟ କି ହରିଶଙ୍କର ରେଞ୍ଜ ଅନ୍ତର୍ଗତ କାର୍ଯ୍ୟରତ ବନପାଳ ଶ୍ରୀ ଅରବିନ୍ଦ ଧରୁଆ ଏବଂ ତାଙ୍କ ବିଭାଗୀୟ ସହଯୋଗୀ ଏହି ଦନ୍ତାହାତୀ ପଲ ଉପରେ କୌଣସି ନଜର ନ ଥିଲା କି..? କାର୍ଯ୍ୟରତ ସମୟରେ ବେପରୁଆ ମନୋଭାବ ଯୋଗୁଁ ନିରୀହ ଆଦିବାସୀ ସମ୍ରଦାୟର ଜୀବନ ଚାଲିଗଲା । ଜଙ୍ଗଲ ବିଭାଗ ଡିମଡିମ ପିଟୁଥିବା ବେଳେ ଗଜ ସାଥି, ପାରାଫରେଷ୍ଟର କର୍ମୀ ମାନଙ୍କ ପାଖରେ କୌଣସି ଆଗୁଆ ସୂଚନା ଥିଲା କି ନାହିଁ...? ସରକାର ଜଙ୍ଗଲ ବିଭାଗକୁ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଦାୟିତ୍ୱ ହୀନତା କର୍ମଚାରୀମାନଙ୍କୁ ଅଙ୍କୁଶ ଲଗାଇବାରେ ଉଚ୍ଚ ପଦାଧିକାରୀ ବିଫଳ ହେଉଥିବା ନଜରକୁ ଆସିଛି ।ଏପରି ଦାୟିତ୍ୱହୀନତା କର୍ମଚାରି ଉପରେ କଠୋର କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।
Post a Comment