କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ


ଭବାନୀପାଟଣା ୨୨/୦୯ (ଆଜତକ୍ ଓଡ଼ିଶା) କଳାହାଣ୍ଡି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି ।ନକଟିଗୁଡା ସ୍ଥିତ କର୍ମଚାରୀ ଭବନ ରେ କର୍ମଚାରୀ ମାନେ ଏକ ଜୁଟ ହୋଇ ନୂଆଁଖାଇ ଭେଟଘାଟ ମହା ଆଡମ୍ବର ରେ ଓ ପଞ୍ଚିମ ଓଡ଼ିଶାର ନୂଆଁଖାଇ ଅନୁସାରେ ଚୁଡ଼ା,ପିଠା ସମସ୍ତେ ଖାଇ ପାଳନ କରିଥିଲେ । ଏହି ବର୍ଷ ଭଳି ପ୍ରତ୍ୟେକ ବର୍ଷ ଆଦିବାସୀ କର୍ମଚାରୀ ମାନେ ନୂଆଁଖାଇ ଭେଟଘାଟ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ । କଳାହାଣ୍ଡି ଜିଲ୍ଲା ର କୋଣ ଅନୁକୋଣ ରେ ଚାକରି କରୁଥିବା କର୍ମଚାରୀ ଓ ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଆଇ,ଏ,ଏସ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ,ଧର୍ମଗଡ଼ ବିଇଓ ଶ୍ରୀମତୀ ପଙ୍କଜିନୀ ମାଝୀ,କଳାହାଣ୍ଡି ଜିଲ୍ଲା ଅଡିଟର ଶ୍ରୀ ମଦନ ନାଏକ, କୋକସରା ଏବି.ଇ. ଓ ତୋଫାନ ମାଝୀ,ଜୁନାଗଡ ଏବି.ଇ.ଓ କୁଳମଣି ମାଝୀ,ଶ୍ରୀ ଆମ୍ବେଦକର ପୁଝାରୀ,ସବ ଟେଜରୀ ଅଫିସର ଶ୍ରୀ ଅଶୋକ ମାଝୀ, ସଭାପତି ଶ୍ରୀ ଜୟ କୁମାର ମାଝୀ, ସମ୍ପାଦକ କୁରେଶ୍ୱର୍ ମାଝୀ, କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ କୁଳପତି ଶ୍ରୀ ପିତାମ୍ବର ଭୋଇ, ଧର୍ମଗଡ଼ ଏବି. ଇ.ଓ ଶ୍ରୀ ଅରୂପାନନ୍ଦ ଭୋଇ, ଡି. ଆଇ.ଇ.ଟି ପ୍ରଶିକ୍ଷକ ଶ୍ରୀ ରାଜେଶ ଭୋଇ, ମୁଖ୍ୟବକ୍ତା ଭାବେ ଶ୍ରୀ ଲବଣୀ କୁମାର ନାଏକ,ଧର୍ମଗଡ଼ ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି ର ସଭାପତି ଶ୍ରୀ ପଦ୍ମଲୋଚନ ନାଏକ,ସମ୍ପାଦକ ଶ୍ରୀ ଲଳିତ ନାଏକ ମଞ୍ଚାସିନ ହୋଇଥିଲେ । ଶ୍ରୀ ଦୁର୍ଯୋଧନ ମାଝୀ ଧନ୍ୟବାଦ୍ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

Post a Comment

Previous Post Next Post