କୋଣାର୍କ - କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ଆମ୍ବିଳିଗାଁ ଗ୍ରାମର ପ୍ରବେଶ ଓ ପ୍ରସ୍ଥାନ ପଥରେ ଗତ ୧୦ବର୍ଷ ତଳେ ନିର୍ମିତ ଡ୍ରେନେଜ ବିଭାଗ ବ୍ରିଜ ମରାମତି ଅଭାବରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ବିଭିନ୍ନ ସମୟରେ ଅଭିଯୋଗ ହେଉଥିବା ସତ୍ତ୍ବେ ଡ୍ରେନେଜ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ମହଲପଡା ଗ୍ରାମପଞ୍ଚାୟତର ପ୍ରବେଶ ପଥରେ ଡ୍ରେନେଜ ବିଭାଗ ପକ୍ଷରୁ ନିର୍ମିତ ବ୍ରିଜର ଅଧିକାଂଶ ବାଡ ଭାଙ୍ଗି ଯାଇଥିବା ବେଳେ ବ୍ରିଜଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହି ବ୍ରିଜ ଦେଇ ଯାତାୟତ କରୁଥିବା କୋପରା, ସିମିଳି, ମହଲପଡା, ଓରେଇ, ଆମ୍ବିଳିଗାଁ, ଅନସରା ସମେତ ୧୫ରୁ ଉର୍ଦ୍ଧ୍ବ ଗ୍ରାମର ଶତାଧିକ ଜନସାଧାରଣ ବିପଦ ପୂର୍ଣ୍ଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସେହିପରି ଆମ୍ବିଳିଗାଁ ଗ୍ରାମର ପ୍ରସ୍ଥାନ ପଥରେ ଥିବା ଅନ୍ୟ ଏକ ବ୍ରିଜ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହି ବ୍ରିଜ ଦୁଇଟିର ମରାମତି ଓ ପୁନଃନିର୍ମାଣ ନିମନ୍ତେ ପୁରୀ ଜିଲ୍ଲା ଡ୍ରେନେଜ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଶିବିର ଓ ପୁରୀ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଅଭିଯୋଗ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବ୍ରିଜ ଦୁଇଟିର ଯୁଦ୍ଧ କାଳୀନ ଭିତ୍ତିରେ ମରାମତି ଓ ପୁନଃନିର୍ମାଣ କରା ନ ଗଲେ ୧୦ ଗୋଟି ଗ୍ରାମର ଶତାଧିକ ଗ୍ରାମବାସୀ ବିପଦ ପୂର୍ଣ୍ଣ ବ୍ରିଜ ଦେଇ ଯାତାୟତ କରିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ବିପଦ ପୂର୍ଣ୍ଣ ବ୍ରିଜ ଦୁଇଟିର ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଡ୍ରେନେଜ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ପୁରୀ ଜିଲ୍ଲାପାଳଙ୍କୁ ମହଲପଡା ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରକାଶ ରାଉତ, ଶ୍ରମିକ ନେତା ମନୋରଞ୍ଜନ ପରିଡ଼ା, ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁଙ୍କ ସମେତ ୧୦ ଗୋଟି ଗ୍ରାମର ଶତାଧିକ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Post a Comment