ପରିବେଶ ସୁରକ୍ଷା ସଚେତନକାରୀ ଜ୍ୟୋତି ଆଡ଼ଜୁଆଡ଼ ସମ୍ମାନିତ


ସିନ୍ଧେକେଲା,୨୨/୯ (ଆଜ ତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳର ପାଞ୍ଚଟି ଶିକ୍ଷାନୁଷ୍ଠାନ ସମେତ ମୂରିବାହାଲ ବ୍ଲକର କୋଡ଼ିଏରୁ ଉର୍ଦ୍ଧ୍ବ ଶିକ୍ଷାନୁଷ୍ଠାନ ଓ ଟିଟିଲାଗଡ ବ୍ଲକର ଆଠଟି ଶିକ୍ଷାନୁଷ୍ଠାନ ମାନଙ୍କରେ ବନ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଜରିଆରେ ନିର୍ମଳ ଜଳ ବ୍ୟବହାର , ସ୍ୱଚ୍ଛ ବସ୍ତ୍ର ପରିଧାନ ଓ ମହିଳା ଜାତିର ସୁରକ୍ଷା ପାଇଁ ସଚେତନ କରି ଆସୁଥିବା ଲେନଝା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରୀ ସୁବାସ ଆଡ଼ଜୁଆଡ଼ ଙ୍କ ଝିଅ ଜ୍ୟୋତି ଆଡ଼ଜୁଆଡ଼ ଙ୍କୁ ମୂରିବାହାଲ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିଆରୀ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ ପ୍ରକୃତି ବନ୍ଧୁ ରବୀନ୍ଦ୍ର ସାଏ ,, କେଜିଭିପି ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥୟରାଜ୍ ପ୍ରଧାନୀ , ଶିକ୍ଷୟିତ୍ରୀ ପୁଷ୍ପା ବଡ଼ଜେନା ପ୍ରମୁଖଙ୍କ ସମେତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଓଡିଶୀ ସଂଗୀତ ପରିବେଷଣ କରୁଥିବା ଗୁଲମୀ ହାଇସ୍କୁଲର ଛାତ୍ରୀ ଗାୟତ୍ରୀ ନାଗଙ୍କୁ ବ୍ଲକ କାର୍ଯ୍ୟଳୟ ପକ୍ଷରୁ ଆଗାମୀ ଦିନରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି ।

Post a Comment

Previous Post Next Post