ଖପ୍ରାଖୋଲ :୨୨/୦୯ (ଗଣେଶ ଦାସ) ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖପ୍ରାଖୋଲ ବ୍ଲକ ସମ୍ମୁଖରୁ ୧୨ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରାଯାଇଥିବା ବେଳେ ଦାଦନ ଦଲାଲ ପଦ୍ମନ ମେହେର ଏବଂ ସହଯୋଗୀ ଗଦା ଝାଙ୍କରକୁ ଗିରଫ କରାଯାଇଛି । ଉଦ୍ଧାର ଶ୍ରମିକ ଖପ୍ରାଖୋଲ ଥାନା କଟାପାଲି ଏବଂ ପାଚେର ଗ୍ରାମର ବୋଲି ଜଣା ପଡିଛି । ଦାଦନ ଦଲାଲ ଶ୍ରମିକମାନଙ୍କୁ ଆନ୍ଦ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ କାମ କରିବାକୁ ନେଉଥିବାର ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ 8 ଜଣ ପୁରୁଷ, ୩ ଜଣ ମହିଳା ଏବଂ ଜଣୀଏ ଶିଶୁ ଥିବା ଖପ୍ରାଖୋଲ ପୋଲିସ ସୂଚନା ଦେଇଛନ୍ତି ।
ଦାଦନ ଦଲାଲ ପଦ୍ମନ ମେହେର ବହୁ ବର୍ଷରୁ ଏହିଭଳି ନିରୀହ ଲୋକ ମାନଙ୍କୁ ନିଜ ଜାଲରେ ଫସାଇ ବିନା ବଇନା ରେ ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ରାଜ୍ୟର ଘରୋଇ କମ୍ପାନୀ ମାନଙ୍କୁ ଚାଲାଣ କରି ଆସୁଥିବା ଜଣା ପଡିଛି । ବର୍ଷ ବର୍ଷ ଧରି ଲୋକେ ସେହି କମ୍ପାନୀ ମାନଙ୍କରେ ନିର୍ଯାତନାର ଶିକାର ହୋଇ ବିନା ପାଉଣାରେ ହାଡ଼ ଭଙ୍ଗା ପରିଶ୍ରମ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ କିଛି ଶ୍ରମିକ ନିଜ ଘରକୁ ଫେରିପାରୁ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଏହିପରି ଦୁର୍ଦାନ୍ତ ଦାଦନ ଦଲାଲକୁ ଖପ୍ରାଖୋଲ ପୋଲିସ କିଭଳି ଦଣ୍ଡ ବିଧାନ କରିବେ ଦେଖିବାକୁ ବାକି ରହିଲା ।
Post a Comment