ନୂଆପଡା (ପରମେଶ୍ୱର ମେହେର) ସିନାପାଲି ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ଠାରେ ଚଳିତ ଶିକ୍ଷାବର୍ଷର ଦ୍ୱିତୀୟ ପର୍ଯ୍ଯାୟ ମାତୄପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଶିଶୁ ପ୍ରାରମ୍ଭ ରୁ ଦ୍ୱିତୀୟ ଶ୍ରେଣୀ ପଢ଼ୁଥିବା ଭାଇଭଉଣୀଙ୍କ ଶତାଧିକ ପିତାମାତା ଏହି ସମ୍ମିଳନୀରେ ଯୋଗ ଦେଇ ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ବିକାଶ ନେଇ ଆଲୋଚନା କରିଥିଲେ । କାର୍ଯ୍ଯକ୍ରମର ଅତିଥି ଭାବରେ ଅଧ୍ଯାପକ ଗୟାଧର ମହାନ୍ତି ଓ ସଂକୁଳ ପ୍ରମୁଖ ତୁଳସୀରାମ ମେହେର ଯୋଗଦେଇ ଶିକ୍ଷା ଜୀବୀକା ପାଇଁ ଉଦ୍ଧିଷ୍ଟ ନହୋଇ ସୁସ୍ଥ ଜୀବନର ଆଧାର ହେବା ଆବଶ୍ଯକ ବୋଲି ମାର୍ଗଦର୍ଶନ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବିଦ୍ଯାଳୟ ପରିଚାଳନା କମିଟିର ସଂପାଦକ ବାମଦେବ ଦାଶ, କୋଷାଧ୍ଯକ୍ଷ ବୈଷ୍ଣବ ମେହେର ଓ ପ୍ରଧାନ ଆଚାର୍ଯ୍ଯ ଚରଣ ନେତାମ ମଂଚାସୀନ ଥିଲେ । ପ୍ରାରମ୍ଭରେ ଶ୍ରୀ ନେତାମ ଅତିଥି ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଆଚାର୍ଯ୍ଯା ମିନାକ୍ଷୀ ପାଢ଼ୀ ସଭା ପରିଚାଳନା କରିଥିଲେ । ଶିଶୁ ଭଉଣୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମ୍ମିଳନୀ ଆୟୋଜନରେ ବିଦ୍ଯାଳୟର ସମସ୍ତ ଗୁରୁଜୀଗୁରୁମା, ସେବକସେବିକା ସହଯୋଗ କରିଥିଲେ । ଶେଷରେ ବୈଷ୍ଣବ ମେହେର ଧନ୍ଯବାଦ ଦେଇ ଥିଲେ ।

Post a Comment